ETV Bharat / bharat

ସୁଧୁରୁଛି ଆସାମର ବନ୍ୟା ସ୍ଥିତି: ବଢୁଛି ଦୁର୍ଦ୍ଦଶା,ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି - ସୁଧୁରୁଛି ଆସାମର ବନ୍ୟା ସ୍ଥିତି

ସୁଧୁରିବାରେ ଲାଗିଛି ଆସାମର ବନ୍ୟା ପରିସ୍ଥିତି । 21 ଜିଲ୍ଲାର 11ଲକ୍ଷ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ....

Assam flood situation improves further, affected tally dips
ସୁଧୁରୁଛି ଆସାମର ବନ୍ୟା ସ୍ଥିତି : ଲୋକଙ୍କ ବଢୁଛି ଦୁର୍ଦ୍ଦଶା,ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି
author img

By

Published : Aug 1, 2020, 9:38 AM IST

ଗୌହାଟୀ: ସୁଧୁରିବାରେ ଲାଗିଛି ଆସାମର ବନ୍ୟା ପରିସ୍ଥିତି । ହେଲେ କମୁନି ଲୋକଙ୍କ ଦୁର୍ଦ୍ଦଶା । 21 ଜିଲ୍ଲାର 11ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ବେଳେ 1,366 ଗାଁ ଜଳବନ୍ଦୀରେ ରହିଛି । ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି ପାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିର୍ଟିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ପଶ୍ଚିମରେ ଥିବା ଗୋଲପାରା 340,515, ମୋରିଗାଓଁ 221,726, ବଙ୍ଗାଇଗାଓଁ 96,763, ବାରପେଟା 55,636 ଓ ଧୁବ୍ରି 27,930 ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ 82,947 ହେକ୍ଟର ଫସଲ ନଷ୍ଟ ହୋଇଛି ।

ସୁଧୁରୁଛି ଆସାମର ବନ୍ୟା ସ୍ଥିତି : ଲୋକଙ୍କ ବଢୁଛି ଦୁର୍ଦ୍ଦଶା,ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି

ବ୍ରହ୍ମପୁତ୍ର ସହ 5ଟି ନଦୀ 6 ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରଭାହିତ ହେଉଛି । ହେଲେ ସୋନିତପୁରରେ ବ୍ରହ୍ମପୁତ୍ର ଓ ଜିୟାବରେଲୀ ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 145 ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ 169 ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା, କଲଭର୍ଟ ଓ ବନ୍ଦ ଧୋଇ ହୋଇ ଯାଇ ଥିବା ବେଳେ ଶହ ଶହ ଘର ଭାଙ୍ଗି ଯାଇଛି । 137 ରିଲିଫ କ୍ୟାମ୍ପରେ 26,161 ଲୋକେ ଆଶ୍ରୟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.