ETV Bharat / bharat

ବନ୍ୟାରେ ଭାସୁଛି ଆସାମ, ମୃତ୍ୟୁ ସଂଖ୍ୟା 83କୁ ବୃଦ୍ଧି - ବନ୍ୟାରେ ଭାସୁଛି ଆସାମ

ବନ୍ୟାରେ ଉବୁଟୁବୁ ଆସାମର 26 ଜିଲ୍ଲା । ମୃତ୍ୟୁ ସଂଖ୍ୟା 83କୁ ବୃଦ୍ଧି । 116,404 ହେକ୍ଟର ଚାଷ ଜମି ନଷ୍ଟ । ଅଧିକ ପଢନ୍ତୁ...

Assam flood situation gets slightly better, 83  death
ବନ୍ୟାରେ ଭାସୁଛି ଆସାମ ,ମୃତ୍ୟୁ ସଂଖ୍ୟା 83କୁ ବୃଦ୍ଧି
author img

By

Published : Jul 19, 2020, 12:16 PM IST

ଗୌହାଟୀ : ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ଆସାମର ବନ୍ୟା ସ୍ଥିତି । ମୃତ୍ୟୁ ସଂଖ୍ୟା 83କୁ ବୃଦ୍ଧି ପାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିର୍ଟିଙ୍କ ପକ୍ଷରୁ ସୂଚନା ମିଳିଛି । 26 ଜିଲ୍ଲାର ପାଖାପାଖି 28 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । 96 ଜନ୍ତୁ ପ୍ରାଣ ହରାଇଥିବା ବେଳେ କାଜିରଙ୍ଗା ଜାତୀୟ ଉଦ୍ୟାନର 95 ପ୍ରତିଶତ ଜନ୍ତୁ ଉଦ୍ଧାର ହୋଇଥିବା ନେଇ ବନ ବିଭାଗ ଓ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟିଙ୍କ ପକ୍ଷରୁ ସୂଚନା ମିଳିଛି ।9ଟି ଜିଲ୍ଲାରେ ଧାନସିରୀ, ଜିଆ ଭରଲି, କୋପିଲି, ବେକି, ବାରକ, କୁଶିଆରା ଓ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ବନ୍ୟାରେ ଭାସୁଛି ଆସାମ ,ମୃତ୍ୟୁ ସଂଖ୍ୟା 83କୁ ବୃଦ୍ଧି

ବନ୍ୟା ଯୋଗୁଁ 2,678 ଗାଁ ଜଳବନ୍ଦୀ ମଧ୍ୟରେ ରହିଥିବା ବେଳେ 116,404 ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି । 28 ଜିଲ୍ଲାରେ 711ଟି ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ 51,500 ଲୋକେ ଆଶ୍ରୟ ନେଇଛନ୍ତି । ଧୁବ୍ରି, ଗୋଲପାରା, ବାରପେଟା, ମୋରିଗାଓଁ, ଧମାଜୀ, ଲାଖିମପୁର, ଡାରାଙ୍ଗ, ନାଲବାରୀ, କାମ୍ରୁପ , ନାଗାଓଁ ଓ ଗୋଲାଘାଟ ଜିଲ୍ଲା ଗୁଡିକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହା ସହ 26 ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା, କଲର୍ଭଟ ଓ ବ୍ରିଜ ଧୋଇ ହୋଇ ଯିବା ସହ ଶହ ଶହ ଘର ଭାଙ୍ଗିରୁଜି ଯାଇଛି । 19.8 ଲକ୍ଷ ଗୃହ ପାଳିତ ପଶୁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏହାସହ ଜଳବନ୍ଦୀ ଅଞ୍ଚଳ ଗୁଡିକରେ ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରିଲିଫ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.