ଗୌହାଟୀ: ଶନିବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସରକାରରେ ଦୁଇ ଜଣ ନୂତନ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଆସାମ ରାଜଭବନ ଦରବାର ହଲରେ ରାଜ୍ୟପାଳ ଜଗଦୀଶ ମୁଖି ଦୁଇ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ରାଷ୍ଟ୍ରମନ୍ତ୍ରୀ ଭାବରେ ଦୁଇ ବିଧାୟକ ସଞ୍ଜୟ କିଶନ ଓ ଜଗେନ ମୋହନ ଶପଥ ଗ୍ରହଣ କରିଛନ୍ତି।
ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅର୍ଥ ଓ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପଠୱାରେ ଓ ବିଜେପି ସଭାପତି ରଣଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସଞ୍ଜୟ କିଶନ ଓ ଜଗେନ ମୋହନ ଯଥାକ୍ରମେ ମୋହମରା ଓ ତିନସୁକିଆ ଆସନରୁ ପ୍ରତିନିଧିତ୍ବ କରୁଛନ୍ତି।