ETV Bharat / bharat

ବଜେଟ ଆଣିଦେବ ଭୋଟ, ଟଙ୍କିକିଆ ଚାଉଳକୁ ମିଳିବ 10 ଗ୍ରାମ ସୁନା - Naveen Govt

ଗୌହ୍ୱାଟି: ନିର୍ବାଚନୀ ବଜେଟ ଉପସ୍ଥାପନା କଲେ ଆସାମ ସରକାର । 2019-20 ଆର୍ଥିକ ବର୍ଷରେ ଭୋଟରଙ୍କୁ ସୁହାଇବା ଭଳି ପଦକ୍ଷେପ ନେଇଛନ୍ତି ସରକାର । ଏଣିକି ଗରିବଙ୍କୁ ମିଳିବ ଟଙ୍କିକିଆ ଚାଉଳ ଓ କନ୍ୟାଙ୍କୁ 10 ଗ୍ରାମ ସୁନା । ହିତାଧିକାରୀଙ୍କୁ ପୂର୍ବରୁ ଚାଉଳ ପିଛା 3 ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ କିଲୋଗ୍ରାମ ପିଛା ଦେବାକୁ ପଡିବ ମାତ୍ର 1 ଟଙ୍କା ।

author img

By

Published : Feb 9, 2019, 7:12 AM IST

Updated : Feb 9, 2019, 7:27 AM IST

ତେବେ ରାଜ୍ୟର ସମସ୍ତ ବର୍ଗର କନ୍ୟାଙ୍କୁ ମିଳିବ 10 ଗ୍ରାମ ସୁନା । ସୁନାଦର 38 ହଜାରରେ ପହଞ୍ଚିଥିବା ବେଳେ ସରକାର ପରିବାରର ବୋଝ ହାଲୁକା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି କଳା, ବିଜ୍ଞାନ ଓ ବାଣିଜ୍ୟ ଡିଗ୍ରୀଧାରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ । ସରକାରୀ କଲେଜ ଓ ବିଶ୍ବବିଦ୍ୟାଳୟ ଛାତ୍ରବାସରେ ରହୁଥିବା ପ୍ରତି ଛାତ୍ରଙ୍କ ଆର୍ଥିକ ସ୍ଥିତିକୁ ଦେଖି ସେମାନଙ୍କୁ 10 ମାସ ପର୍ଯ୍ୟନ୍ତ ମିଳିବ 700 ଟଙ୍କା ।

ଚା ବାଗାନର ଚାରି ଲକ୍ଷ ପରିବାରକୁ ମାଗଣାରେ ମିଳିବ ଚାଉଳ । ଅନ୍ୟପଟେ 45 ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ପତିଙ୍କ ନିଧନ ହେଲେ 25 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ ସରକାର । ତେବେ ଆସାମରେ ବିଜେପି ସରକାରଙ୍କ ଏହି ବଜେଟ ସଠିକ ରୁପେ କାର୍ଯ୍ୟକାରୀ ହେଲେ ନିଶ୍ଚିତ ରୂପେ ଭୋଟ ଆଣିଦେବ ବୋଲି ଚର୍ଚ୍ଚା ଚାଲିଛି ।

Intro:Body:

ଆଜି ରାଜ୍ୟ ବଜେଟ,  ନଜରରେ ଚାଷୀ

ଭୁବନେଶ୍ବର: ଆଜି ବିଧାନସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିବେ ନବୀନ ସରକାର । ଆଉ କିଛି ଘଣ୍ଟା ପରେ କାର୍ଯ୍ୟକାଳର ଅନ୍ତିମ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର । ଆଗକୁ 2019 ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟବାସୀଙ୍କ ନଜର ବଜେଟ ଉପରେ ରହିଛି । 

4 ମାସର କାମଚଳା ବଜେଟ ଉପସ୍ଥାପନା କରିବେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା । ଏକ ଲକ୍ଷ 32 ହଜାର 660 କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ରାଜ୍ୟ ବଜେଟରେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ରହିବା ନେଇ ଅନୁମାନ କରାଯାଉଛି । ନିକଟରେ ଅନ୍ନଦାତାଙ୍କୁ ଖୁସ କରି ତିନି ରାଜ୍ୟର ବିଧାନସଭା ନିର୍ବାଚନ ବାଜିମାତ କରିଛି କଂଗ୍ରେସ । 

ସେହିପରି କେନ୍ଦ୍ରରେ ମଧ୍ୟ ଅନ୍ତରୀଣ ବଜେଟରେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୋଦି ସରକାର । ତେବେ ଏହି ଫର୍ମୁଲାକୁ ଆପଣାଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ପାରନ୍ତି ନବୀନ ସରକାର । 

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ନ୍ୟୁଜ ଭାରତ

Conclusion:
Last Updated : Feb 9, 2019, 7:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.