ETV Bharat / bharat

ମେ 2 ଯାଏଁ ଆସାମ ଭିତରେ ଗାଡି ଚଳାଚଳକୁ ଅନୁମତି

ଆସାମରେ ନିୟନ୍ତ୍ରଣରେ ଅଛି କୋରୋନା । ସଚେତନତା ଓ ସୁରକ୍ଷା ଅବଲମ୍ବନ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସେଥିପାଇଁ ରାଜ୍ୟରେ କେତେକ କ୍ଷେତ୍ରରେ ନିୟମକୁ କୋହଳ କରାଯାଇଛି । ଅଧିକ ପଢନ୍ତୁ....

ରାଜ୍ୟ ଭିତରେ ଯାତାୟତ ଅବଧି ମେ 2କୁ ବୃଦ୍ଧି କଲେ ଆସାମ ସରକାର

author img

By

Published : Apr 28, 2020, 3:18 PM IST

ଗୌହାଟୀ: କୋରୋନା ପାଇଁ ଜାରି ରହିଛି ଲକଡାଉନ । ଏହି ସମୟରେ ନିଜ ଘରଠାରୁ ଦୂରରେ ଅଛନ୍ତି ଲୋକେ । ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ଘରକୁ ମଧ୍ୟ ଆସିପାରୁନାହାନ୍ତି । ଆଉ ଏହି ସମୟରେ ସମସ୍ତ ରାଜ୍ୟର ସୀମାକୁ ସିଲ କରିଦିଆଯାଇଛି । ଖାଲି ସେତିକି ନୁହେଁ , ରାଜ୍ୟ ଭିତରେ ଜିଲ୍ଲା ଗୁଡିକୁ ମଧ୍ୟ ସିଲ କରାଯାଇଛି । ସମ୍ପୂର୍ଣ୍ଣ ଭାବେ ଜୀବନ ଯାତ୍ରା ଠପ ହୋଇଯାଇଛି ।

ରାଜ୍ୟ ଭିତରେ ଯାତାୟତ ଅବଧି ମେ 2କୁ ବୃଦ୍ଧି କଲେ ଆସାମ ସରକାର
ରାଜ୍ୟ ଭିତରେ ଯାତାୟତ ଅବଧି ମେ 2କୁ ବୃଦ୍ଧି କଲେ ଆସାମ ସରକାର

ତେବେ ସୋମବାର ଆସାମ ସରକାର ବ୍ୟକ୍ତିଗତ ଓ ସାର୍ବଜନିକ ପରିବହନ ମଧ୍ୟରେ ଫସି ଥିବା ସଂପୃକ୍ତ ଅଧିକାରୀଙ୍କ ସହ ପୂର୍ବ ଅନୁମୋଦନ କ୍ରମେ ବ୍ୟକ୍ତିଗତ ତଥା ଜନସାଧାରଣ ପରିବହନ ପାଇଁ ମେ ୨ ପର୍ଯ୍ୟନ୍ତ ଅନୁମତି ଦେଇଛନ୍ତି । କ୍ୟାବିନେଟର ଏକ ବୈଠକରେ ରାଜ୍ୟ ମଧ୍ୟରେ ପରିବହନ ଓ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଗଣମାଧ୍ୟମକୁ କହିଛନ୍ତି ଆସାମ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପାଟୋୱାରୀ ।

ତେବେ ବର୍ତ୍ତମାନ ଆସାମରେ ସମୂଦାୟ 36 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଏଥିରେ ଜଣେ ପ୍ରାଣ ହରାଇଛନ୍ତି । 27 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ ଆଉ 8 ଜଣ ସକ୍ରିୟ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.