ଜୟପୁର: ଅଶୋକ ଗେହଲୋଟ୍ ସରକାର କୋରୋନା ଅବଧିରେ ସରକାରୀ କର୍ମଚାରୀମାନଙ୍କୁ ଆଶ୍ବସ୍ଥୀ ପ୍ରଦାନ କରିଛନ୍ତି । ଜିପିଏଫ୍, ସିପିଏଫ୍ ଏବଂ ଅନ୍ୟାନ୍ୟ ସଞ୍ଚୟ ଯୋଜନାରେ ସରକାର ସୁଧ ହାର ସ୍ଥିର ରଖିଛନ୍ତି । ଉକ୍ତ ଯୋଜନାରେ ସୁଧ ହାର କେବଳ 7.1% ରହିିବ । ଅର୍ଥ ବିଭାଗ ଦ୍ବାରା ଜାରି କରାଯାଇଥିବା ଘୋଷଣା ଅନୁଯାୟୀ ସରକାର ସୁଧ ହାର ହ୍ରାସ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପ୍ରାୟ ଦେଢ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ନିଶ୍ଚିତ ଆରାମଦାୟକ ସାଜିଛି ।
30 ଏପ୍ରିଲ 2020 ରେ ସରକାର ପୂର୍ବରୁ GPF ଏବଂ CPF ଅଧୀନରେ ଜମା ରାଶି ଉପରେ ସୁଧ ହାର 0.8 ପ୍ରତିଶତ ହ୍ରାସ କରିଥିଲେ । ଏପରି କରିବା ଦ୍ବାରା ସରକାରୀ କର୍ମଚାରୀଙ୍କୁ ଏକପ୍ରକାର ଶକ୍ତ ଝଟକା ଲାଗିଥିଲା । ସରକାର ସୁଧ ହାରକୁ 7.1 ପ୍ରତିଶତକୁ ହ୍ରାସ କରିଥିଲେ । ପୂର୍ବରୁ ଏହି ସୁଧ ହାର 7.9 ପ୍ରତିଶତ ଥିଲା । ବର୍ତ୍ତମାନ ଅର୍ଥ ବିଭାଗ ଦ୍ବାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ଜୁଲାଇ 1, 2020 ଠାରୁ ଏହି ନୂତନ ହାର ଲାଗୁ ହେବ । ଏହା 30 ଅକ୍ଟୋବର 2020 ପର୍ଯ୍ୟନ୍ତ ବଳବତ୍ତର ରହିବ ।
ସୂଚନାଯୋଗ୍ୟ, ରାଜ୍ୟରେ ଜିପିଏଫରେ ପ୍ରାପ୍ତ ସୁଧ ହାର ପ୍ରତି 3 ମାସରେ ସମୀକ୍ଷା କରାଯାଏ । କାରଣ କୋରୋନା ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ର ସରକାର ସୁଧ ହାର ହ୍ରାସ କରିଥିଲେ । ଏଥର ମଧ୍ୟ କାଟ ହେବାର ଆଶଙ୍କା ରହିଥିଲା । କିନ୍ତୁ କର୍ମଚାରୀଙ୍କ ସ୍ୱାର୍ଥରେ ସୁଧ ହାର ସ୍ଥିର ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।