ETV Bharat / bharat

ଗଡସେଙ୍କ ବଂଶଜ ମୋତେ ଗୁଳି କରିବେ: ଓବେସୀ - asaduddin owaisi

କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ କର୍ଫ୍ୟୁ ଏବଂ ପ୍ରତିବନ୍ଧକ ଲଗାଇ ସେଠାକାର ମାହୋଲ ଅଧିକ ଖରାପ କରୁଥିବା ଅଭିଯୋଗ କରିଛନ୍ତି ଅସଦୁଦ୍ଦୀନ ଓବେସୀ । ଏହା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଫାିଲ ଫଟୋ
author img

By

Published : Aug 14, 2019, 5:45 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦୀନ ଓବେସୀ । କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ କର୍ଫ୍ୟୁ ଏବଂ ପ୍ରତିବନ୍ଧକ ଲଗାଇ ସେଠାକାର ମାହୋଲ ଅଧିକ ଖରାପ କରୁଥିବା ଅଭିଯୋଗ କରିଛନ୍ତି ସେ । ଏହା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି ଓବେସୀ ।

ବୁଧବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଗଡସେଙ୍କ ବଂଶଜ ସମାଜରେ ଘୁରି ବୁଲୁଛନ୍ତି । ସେମାନେ ଗୁଳିକରି ହତ୍ୟା କରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଓବେସୀ । ସାଂଦଦ ହେଲେ ବି ମୋ ପାଖରେ କୌଣସି ପ୍ରକାର ସ୍ବାଧୀନତା ନାହିଁ । ଅରୁଣାଚଳ ପ୍ରଦେଶ କି ଲକ୍ଷାଦ୍ବିପ ଯିବା ପାଇଁ ମଧ୍ୟ ମୋତେ ଅନୁମତି ନେବାକୁ ପଡୁଛି । ନାଗାଲାଣ୍ଡ, ମିଜୋରାମ, ମଣିପୁର, ଆସାମ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ଖୁବ୍‌ ଶୀଘ୍ର କାଶ୍ମୀର ଭଳି ସ୍ଥିତି ହେବ ବୋଲି ସେ କହିଛନ୍ତି । ଏହା ସହିତ ସରକାର କାଶ୍ମିରୀବାସୀଙ୍କୁ ଭଲ ପାଆନ୍ତି ନାହିଁ। ସରକାରଙ୍କର କେବଳ ସେମାନଙ୍କ ଜମି ଉପରେ ନଜର ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ସୁଦ୍ଧା ଧାରା 144 ଲାଗୁ କରାଯାଇଛି । ଏହି କାରଣରୁ ବିରୋଧୀ ଦଳ ନେତା ଲଗାତାର ମୋଦି ସରକାରଙ୍କ ଉପରେ ବର୍ଷୁଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.