ପାଟନା: ଭାଇ-ଭଉଣୀର ସମ୍ପର୍କକୁ ମଜବୁତ କରିବାର ନିଆରା ପର୍ବ ଭାଇଦୁଜ୍ । ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ ଅନେକ ଭାଇ-ଭଉଣୀ ଏକାଠି ହୋଇପାରି ନାହାଁନ୍ତି । ସେମାନଙ୍କ ମଧ୍ୟରେ ବିହାର ଗୟା ଜିଲ୍ଲାର ଶଙ୍କର କୁମାର ସାହୁ ଅଛନ୍ତି ଯିଏ ଅନନ୍ୟ ଶୈଳୀରେ ଭାଇଦୁଜକୁ ସେଲିବ୍ରେଟ କରିଛନ୍ତି ।
ଗତ 9 ବର୍ଷ ହେବ ସେ ବିହାରର ଏକ ପ୍ରାଇଭେଟ୍ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିଆସୁଛନ୍ତି । କୋରୋନା ସଂକ୍ରମଣ ସମୟରେ ସେ ନିଜ ହେୟାରଷ୍ଟାଇଲ୍ ମାଧ୍ୟମରେ ଅନେକ ବାର୍ତ୍ତା ଦେଇ ସଚେତନ କରିଆସୁଥିଲେ ।
ଶଙ୍କରଙ୍କ 3 ଜଣ ଭଉଣୀ ଅଛନ୍ତି । ସେ ପ୍ରତି ବର୍ଷ ନିଜ ଭଉଣୀଙ୍କ ସହ ଦୀପାବଳି ପାଳିବା ପାଇଁ ଘରକୁ ଯାଆନ୍ତି । କିନ୍ତୁ ଚଳିତ ବର୍ଷ କୋରୋନା ପାଇଁ ଯାଇପାରିନଥିଲେ । ଏହାସହ ଭାଇଦୁଜ୍ ବି ସେ ନିଜ ହେୟାରଷ୍ଟାଇଲ୍ ମାଧ୍ୟମରେ ପାଳନ କରିଛନ୍ତି ଓ ନିଜ ଭଉଣୀମାନଙ୍କ ସହ ଭିଡିଓ କଲ୍ କରି ଶୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ