ETV Bharat / bharat

ଆସନ୍ତା 16ରୁ ଦିଲ୍ଲୀବାସୀଙ୍କୁ ‘ଫ୍ରି ୱାଇଫାଇ’, ମାସକୁ ମିଳିବ 15 ଜିବି ଡାଟା

ଦିଲ୍ଲୀବାସୀଙ୍କୁ ପୁଣି ଉପହାର ଦେଲେ ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀବାସୀଙ୍କୁ ମିଳିବ ଫ୍ରି ୱାଇ-ଫାଇ । ଏଥିଲାଗି ଦିଲ୍ଲୀରେ 11 ହଜାର ହଟସ୍ପଟ ଇନଷ୍ଟଲ କରାଯିବ ।

author img

By

Published : Dec 4, 2019, 2:19 PM IST

free wifi in delhi
ଦିଲ୍ଲୀବାସୀଙ୍କୁ ମିଳିବ ‘ଫ୍ରି ୱାଇ ଫାଇ’, ପ୍ରତି ମାସକୁ ମିଳିବ 15 ଜିବି ଡେଟା: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ପୁଣି ଉପହାର ଦେଲେ ଦିଲ୍ଲୀ ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ମହିଳାଙ୍କ ପାଇଁ ବସ ଟିକଟ ମାଗଣା ଘୋଷଣା କରିବା ପରେ ରାଜଧାନୀରେ ମାଗଣା ୱାଇଫାଇ ଘୋଷଣା କରିଛନ୍ତି । ଦିଲ୍ଲୀବାସୀଙ୍କୁ ଡେସମ୍ବର 16 ରୁ ଫ୍ରି ୱାଇଫାଇ ମିଳିବ । ଏଠାରେ ବଡ଼ କଥା ହେଲା ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ପ୍ରତି ମାସ 15 ଜିବି ଡାଟା ମିଳିବ ।

ସୂଚନା ଥାଉକି ଆମ ଆଦମୀ ପାର୍ଟି ନିର୍ବାଚନ ଘୋଷଣାପତ୍ରରେ ଦିଲ୍ଲୀବାସୀଙ୍କୁ ଫ୍ରି ୱାଇଫାଇ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ବୁଧବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି ଫ୍ରି ୱାଇଫାଇ ହଟସ୍ପଟ ଜରିଆରେ ମିଳିବ ବୋଲି ଘୋଷଣା କରିଛନ୍ତି । ଦିଲ୍ଲୀରେ ଏଥିଲାଗି 11 ହଜାର ହଟସ୍ପଟ ଇନଷ୍ଟଲ କରାଯିବ ।

ଏନେଇ କେଜ୍ରିୱାଲ କହିଛନ୍ତି, ‘ପୂର୍ବରୁ ଦିଆଯାଇଥିବା ପ୍ରତିଶୃତି ପୂରଣ ହେବାକୁ ଯାଉଛି । ଏହା ପ୍ରଥମ ସରକାର ଯିଏ କି ଜନତାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରୁଛି । ଫ୍ରି ୱାଇଫାଇ ଜରିଆରେ ବିଦ୍ୟାର୍ଥୀ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁତ ସାହାଯ୍ୟ ମିଳିବ । ସମସ୍ତେ ମାଗଣାରେ ଏହାର ଲାଭ ଉଠାଇ ପାରିବେ ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.