ETV Bharat / bharat

ଅରୁଣାଚଳକୁ ଦିଲ୍ଲୀ ଭୟ: ଯୋଗ ଦେଇଥିବା ଲୋକଙ୍କୁ ଚାଲିଛି ଖୋଜା - ଅରୁଣାଚଳ ପ୍ରଦେଶ ଖବର

ଖବର ଅନୁସାରେ ଶନିବାର 23 ଜଣ ଲୋକଙ୍କୁ ପୋଲିସ ଧରି ଜେରା କରିଛି । ଏମାନେ ସମସ୍ତେ ତବଲିଘି ସମାବେଶରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

ଅରୁଣାଚଳକୁ ଦିଲ୍ଲୀ ଭୟ: ଯୋଗ ଦେଇଥିବା ଲୋକଙ୍କୁ ଚାଲିଛି ଖୋଜା

author img

By

Published : Apr 5, 2020, 12:44 AM IST

ଇଟାନଗର: ଅରୁଣାଚଳ ପ୍ରଦେଶକୁ ମଧ୍ୟ ଘାରିଛି ଦିଲ୍ଲୀ ନିଜାମୁଦ୍ଦିନ ମର୍କାଜ ଡର । ତବଲିଘି ସମାବେଶରେ ଯୋଗ ଦେଇ ଅନେକ ଲୋକ ରାଜ୍ୟକୁ ଫେରିଥିବାର ସନ୍ଦେହ କରାଯାଉଛି । ଏନେଇ ରାଜ୍ୟ ପୋଲିସ ଖୋଳତାଡ ଜାରି ରଖିଛି ।

ଖବର ଅନୁସାରେ ଶନିବାର 23 ଜଣ ଲୋକଙ୍କୁ ପୋଲିସ ଧରି ଜେରା କରିଛି । ଏମାନେ ସମସ୍ତେ ତବଲିଘି ସମାବେଶରେ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ କୋରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି । ନମୁନା ପରୀକ୍ଷା ପରେ ଏହି ଖବର ଦେଇଛନ୍ତି ରାଜ୍ୟ ଡିଜିପି ଆର ପି ଉପାଧ୍ୟାୟ ।

ଏହାସହ ସେ ଅନ୍ୟ ଲୋକଙ୍କୁ ମଧ୍ୟ ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ନିଜ ପକ୍ଷରୁ ପୋଲିସକୁ ସମସ୍ତ ତଥ୍ୟ ଦେବାକୁ ସେ ସେମାନଙ୍କୁ କହିଛନ୍ତି । ଯିଏ ନିଜାମୁଦ୍ଦିନ ଗସ୍ତ କରିଥିଲା ପୋଲିସ କିମ୍ବା ସରକାରଙ୍କୁ ସୂଚନା ଦେଲେ ତାଙ୍କର ସୁରକ୍ଷା ଦିଗରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.