ETV Bharat / bharat

ନାଗରିକତ୍ବ ସଂଶୋଧନ ବିଲକୁ ଦଳ ଭିତରୁ ବିରୋଧ - Rajya Sabha

ସିଟିଜେନସିପ୍‌ ଆମେଣ୍ଡମେଣ୍ଟ ବିଲ୍‌ ବା ନାଗରିକତ୍ବ ସଂଶୋଧନ ବିଲ ପାସ ହେବାକୁ ନେଇ ଜାରି ରହିଛି ଜୋରଦାର ହଙ୍ଗାମା । ପ୍ରଥମେ ବିରୋଧୀ ଦଳ ଏବଂ କେନ୍ଦ୍ରରେ କ୍ଷମତାସୀନ ଏନଡିଏର ସହଯୋଗୀ ଦଳ ଏହାର ବିରୋଧ କରୁଥିଲେ। ଏବେ ଦଳ ଭିତରୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଠାକାଠିରେ ପଡିଛନ୍ତି ମୋଦି ସରକାର।

ଫାଇଲ୍ ଫଟୋ
author img

By

Published : Feb 12, 2019, 12:37 PM IST

ଇଟାନଗର: ନାଗରିକତ୍ବ ସଂଶୋଧନ ବିଲକୁ ନେଇ ସାରା ଦେଶରେ ବିରୋଧ । ଯାହାକୁ ନେଇ ଏବେ ଅଠାକାଠିରେ ପଡିଛି ବିଜେପି ସରକାର। ଏମିତିକି ସହଯୋଗୀଙ୍କ ପରେ ନିଜ ଦଳରୁ ଏହାକୁ ବିରୋଧ କରାଯାଇଛି। ରାଜ୍ୟସଭାରେ ଏହି ବିଲକୁ ଉପସ୍ଥାପନ ନକରିବାକୁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଅରୁଣାଚଳ ପ୍ରଦେଶ ଓ ମଣିପୁର ମୁଖ୍ୟମନ୍ତ୍ରୀ।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରେମାଖାଣ୍ଡୁ ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନି ସିଂହ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ। ଏହି ବିଲ ଆଇନରେ ପରିଣତ ହେଲେ ଉତ୍ତର-ପୂର୍ବ ରାଜ୍ୟରେ ଦଳ ଓ ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି। ଲୋକସଭାରେ ଏହି ବିଲ ପାସ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ ପାସ ହେଲେ ଆଇନରେ ପରିଣତ ହେବ।

ଆସାମର ବିଶିଷ୍ଟ ସଙ୍ଗୀତକାର ଭୁପେନ ହାଜାରିକା ଚଳିତ ବର୍ଷ ଭାରତ ରତ୍ନ ପାଇବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ହେଲେ ତାଙ୍କ ପୁଅ ତେଜ ହଜାରିକା ମଧ୍ୟ ଏହି ବିଲକୁ ବିରୋଧ କରିଛନ୍ତି।

  • Manipur: Section-144 imposed in Imphal East District till 12 February 2019 until further orders due to "situation arising out of intense agitation launched by various Civil Society Organisations against the passing of Citizenship Amendment Bill, 2016 in the Lok Sabha." pic.twitter.com/4Qtzv48YnW

    — ANI (@ANI) February 11, 2019 " class="align-text-top noRightClick twitterSection" data=" ">
undefined

ଏହି ବିଲକୁ ଉତ୍ତର-ପୂର୍ବ ରାଜ୍ୟରେ କଂଗ୍ରେସ ସମେତ ଅନେକ ସାମାଜିକ ସଙ୍ଗଠନ ବିରୋଧ କରୁଛନ୍ତି। ଯାହାକୁ ନେଇ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର ଇତ୍ୟାଦି ରାଜ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମସ୍ତ ରାଜ୍ୟରେ ବିଜେପି ସରକାର ରହିଛି। ଯଦି ଏହି ବିଲ ରାଜ୍ୟସଭାରେ ପାସ ହୁଏ ତାହେଲେ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏହାର ପ୍ରଭାବ ପଡିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Intro:Body:

ନାଗରିକତ୍ବ ସଂଶୋଧନ ବିଲକୁ ଦଳ ଭିତରୁ ବିରୋଧ

ଇଟାନଗର: ନାଗରିକତ୍ବ ସଂଶୋଧନ ବିଲକୁ ନେଇ ସାରା ଦେଶରେ ବିରୋଧ । ଯାହାକୁ ନେଇ ଏବେ ଅକଳରେ ପଡିଛି ବିଜେପି ସରକାର । ଏମିତିକି ସହଯୋଗୀ ପରେ ନିଜ ଦଳରୁ ଏହାକୁ ବିରୋଧ କରାଯାଇଛି । ରାଜ୍ୟସଭାରେ ଏହି ବିଲକୁ ଉପସ୍ଥାପନ ନକରିବାକୁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଅରୁଣାଚଳ ପ୍ରଦେଶ ଓ ମଣିପୁର ମୁଖ୍ୟମନ୍ତ୍ରୀ ।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରେମାଖାଣ୍ଡୁ ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନି ସିଂହ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ । ଏହି ବିଲ ଆଇନରେ ପରିଣିତ ହେଲେ ଉତ୍ତର-ପୂର୍ବ ରାଜ୍ୟରେ ଦଳ ଓ ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି । ଲୋକସଭାରେ ଏହି ବିଲ ପାସ ହୋଇଯାଇଛି । ରାଜ୍ୟସଭାରେ ବିଲ ପାସ ହେଲେ ଆଇନରେ ପରିଣତ ହେବ ।

ଆସାମର ବିଶିଷ୍ଟ ସଙ୍ଗୀତକାର ଭୁପେନ ହାଜାରିକା ଚଳିତ ବର୍ଷ ଭାରତ ରତ୍ନ ପାଇବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ହେଲେ ତାଙ୍କ ପୁଅ ତେଜ ହାଜାରିକା ମଧ୍ୟ ଏହି ବିଲକୁ ବିରୋଧ କରିଛନ୍ତି । 

ଏହି ବିଲକୁ ଉତ୍ତର-ପୂର୍ବ ରାଜ୍ୟରେ କଂଗ୍ରେସ ସମେତ ଅନେକ ସାମାଜିକ ସଂଗଠନ ବିରୋଧ କରୁଛନ୍ତି । ଯାହାକୁ ନେଇ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର ଇତ୍ୟାଦି ରାଜ୍ୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମସ୍ତ ରାଜ୍ୟ ଗୁଡିକରେ ବିଜେପି ସରକାର ରହିଛି । ଏହି ବିଲ ଯଦି ପାସ ହୁଏ ରାଜ୍ୟସଭାରେ ତାହେଲେ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏହାର ପ୍ରଭାବ ପଡିପାରେ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.