ETV Bharat / bharat

ଅରୁଣ ସିଂ ଓ କେସି ରାମମୂର୍ତ୍ତୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା - ମହାସଚିବ ଅରୁଣ ସିଂ

ରାଜ୍ୟସଭାରେ ବଢୁଛି ବିଜେପିର ଶକ୍ତି। ପୁଣି ଦୁଇ ଜଣ ସାଂସଦ ନେଲେ ଶପଥ। ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି।

PHOTO
ପ୍ରଧାନମନ୍ତ୍ରୀଙ୍କ ଶୁଭେଛା
author img

By

Published : Dec 10, 2019, 9:57 PM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଦଳର ମହାସଚିବ ଅରୁଣ ସିଂ ଓ କେସି ରାମମୂର୍ତ୍ତୀ। ଅରୁଣ ସିଂ ଦଳର ମହାସଚିବ ଥାଇ ଦଳ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ଏହାସହ ସହ ଓଡିଶାର ରାଜ୍ୟ ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ବରେ ରହି ସଙ୍ଗଠନକୁ ବଢାଇବା ସହ ଗତ ଲୋକସଭାରେ ଦଳକୁ ଆଶା ଜନକ ସଫଳତା ଦେଇଛନ୍ତି। ଏଥସହ ଦଳର ମୁ୍ଖ୍ୟାଳୟ ଦାୟିତ୍ବରେ ରହି ଦେଶବ୍ୟାପୀ ଦଳର କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ଫଳରେ ଦଳ ତାଙ୍କୁ ପୁରସ୍କାର ସ୍ବରୂପ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ପଠାଇଛି।

ସେହିଭଳି କର୍ଣ୍ଣାଟକର ପୂର୍ବତନ କଂଗ୍ରେସ ସାଂସଦ କେସି ରାମମୂର୍ତ୍ତୀଙ୍କୁ ମଧ୍ୟ ଦଳ ରାଜ୍ୟସଭାକୁ ପଠାଇଛି । ପୂର୍ବରୁ ରାମମୂର୍ତ୍ତୀ କର୍ଣ୍ଣାଟକରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରୁଥିଲେ। ହେଲେ ଗତ ଅକ୍ଟୋବରରେ ସାଂସଦ ପଦ ଓ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ। ତାଙ୍କୁ ମଧ୍ୟ ଦଳ ସମ୍ମାନ ଦେଇ ପୁନର୍ବାର ରାଜ୍ୟସଭାକୁ ପଠାଇଛି।

ଆଜି ଉଭୟ ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ମୋଦି ଉଭୟଙ୍କୁ ଶୁଭେଛା ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.