ଚେନ୍ନାଇ: ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ବିରାଜମାନ କରିବେ ଗୌରୀନନ୍ଦନ ଗଜାନନ। ତେବେ ଚଳିତ ବର୍ଷ ଗଣେଷ ତତୁର୍ଥୀ ବେଶ ଧୁମଧାମରେ ପାଳନ ହେବାର ସମ୍ଭାବନା କମଥିବା ବେଳେ କାରିଗର ମୂର୍ତ୍ତି ଗଢା କାମରେ ବ୍ୟସ୍ତ ରହିଛି।
ତେବେ ପ୍ରତିବର୍ଷ ବିଭିନ୍ନ ବିଷୟ ବସ୍ତୁକୁ ନେଇ ଅନେକ କାରିଗର ସୂକ୍ଷ୍ମ କଳାକୃତ୍ତି କରି ଚର୍ଚ୍ଚାରେ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ସେମିତି ଜଣେ ନିଆରା କ୍ଷୁଦ୍ର କାରିଗର ଗଜାନନଙ୍କ ମୂର୍ତ୍ତି ପ୍ରସ୍ତୁତ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି।
-
Tamil Nadu: Raja, a miniature artist in Coimbatore has designed a 'Coronavirus warrior Ganesha idol' ahead of Ganesh Chaturthi celebrations. He says, "I have made this Ganesha idol to spread awareness about COVID-19 pandemic among people." (09.08.2020) pic.twitter.com/eb4kRHELdo
— ANI (@ANI) August 10, 2020 " class="align-text-top noRightClick twitterSection" data="
">Tamil Nadu: Raja, a miniature artist in Coimbatore has designed a 'Coronavirus warrior Ganesha idol' ahead of Ganesh Chaturthi celebrations. He says, "I have made this Ganesha idol to spread awareness about COVID-19 pandemic among people." (09.08.2020) pic.twitter.com/eb4kRHELdo
— ANI (@ANI) August 10, 2020Tamil Nadu: Raja, a miniature artist in Coimbatore has designed a 'Coronavirus warrior Ganesha idol' ahead of Ganesh Chaturthi celebrations. He says, "I have made this Ganesha idol to spread awareness about COVID-19 pandemic among people." (09.08.2020) pic.twitter.com/eb4kRHELdo
— ANI (@ANI) August 10, 2020
ଚାରିଆଡେ ଏବେ ମହାମାରୀର ବିଭୀଷିକା। ଏହି ସମୟରେ ଆଗଧାଡିରେ ରହି ସେବା ଯୋଗାଉଛନ୍ତି ଡାକ୍ତର,ପୋଲିସ ଓ ସ୍ବେଚ୍ଛାସେବୀ। ଏମାନଙ୍କ ଉଦ୍ଦେଶ୍ୟରେ ଚଳିତ ବର୍ଷର ଗଣେଷ ପୂଜାକୁ ଉତ୍ସଗ କରି ତାଲିମନାଡ କୋଏମ୍ବାଟୁରର ଜଣେ କାରିଗର କୋରୋନା ଯୋଦ୍ଧା ଗଣେଷ ମୂର୍ତ୍ତି ଗଢିଛନ୍ତି।
ଏଥିରେ ଗଜାନନ ପିପିଇ କିଟ ପିନ୍ଧି କୋରୋନାକୁ ସାନିଟାଇଜ କରୁଥିବା ଦେଖିବାକୁ ମିଳିଛି। ସେହିପରି ପାଖରେ ମୂଷକ ରହିଥିବା ବେଳେ କୋରୋନାର ଏକ ମୂର୍ତ୍ତି ରହିଛି। ଏହି କୋରୋନା ଗଣେଷ ମୂର୍ତ୍ତି ମାଧ୍ୟମରେ ଲୋକଙ୍କୁ ଭାଇରସ ବିଷୟରେ ସଚେତନ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କାରିଗର ରାଜା କହିଛନ୍ତି।