ETV Bharat / bharat

ଚିତ୍ର ମାଧ୍ୟମରେ କୋରୋନା ସଚେତନତା ବାର୍ତ୍ତା - କୋରୋନା ସଚେତନତା

କୋରୋନା ସଂକ୍ରମଣକୁ ରୋକିବା ପାଇଁ କଳାକାରଙ୍କଠାରୁ ଆରମ୍ଭ କରି ସଙ୍ଗୀତଜ୍ଞ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଇବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ତେବେ ପୋରବନ୍ଦରରେ ଜଣେ କଳାକାର ଚିତ୍ର ମାଧ୍ୟମରେ କୋରୋନା ସଚେତନତାର ବାର୍ତ୍ତା ଦେଇ ଏବେ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

Artist draws pencil drawing to spread awareness during lockdown
ଚିତ୍ର ମାଧ୍ୟମରେ ଦେଲେ କୋରୋନା ସଚେତନତାର ବାର୍ତ୍ତା
author img

By

Published : Apr 4, 2020, 4:30 PM IST

ଗାନ୍ଧୀନଗର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ଘରେ ବସିଥିବା କଳାକାର ମାନେ ବିଭିନ୍ନ ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଆଉ କିଛି ସଙ୍ଗୀତଜ୍ଞ “ଘରେ ରୁହ, ସୁରକ୍ଷିତ ରୁହ” ବାର୍ତ୍ତା ସହିତ ଗୀତ ଲେଖିଛନ୍ତି । ତେବେ ଗୁଜୁରାଟର ପୋରବନ୍ଦରର ଜଣେ କଳାକାର କର୍ଶନଭାଇ ଓଦେଦ୍ରା ଲକଡାଉନ ସମୟରେ ସାନିଟାଇଜର ଓ ମାସ୍କର ବ୍ୟବହାର ଉପରେ ଲୋକଙ୍କୁ ସଚେତନ କରାଇବା ପାଇଁ ଘରେ ବସି ପେନସିଲରେ ଚିତ୍ର ଆଙ୍କିଛନ୍ତି । ଯେଉଁଠି ମନ୍ଦିର ବନ୍ଦ ଥିବା ବେଳେ ଡାକ୍ତରମାନଙ୍କୁ ଭଗବାନ ରୂପେ ଦର୍ଶାଯାଇଛି ।

ଚିତ୍ର ମାଧ୍ୟମରେ ଦେଲେ କୋରୋନା ସଚେତନତାର ବାର୍ତ୍ତା

ତେବେ କର୍ଶନଭାଇଙ୍କ ପିଲାଦିନୁ ଚିତ୍ରାଙ୍କନ ଉପରେ ବହୁତ ରୁଚି । ବର୍ତ୍ତମାନ, ସେ ଇନୋଭେଟିଭ୍ ଗ୍ରୁପ୍ ପୋରବନ୍ଦର ସହିତ ଜଡ଼ିତ ଥିବା ବେଳେ ନାଟୱାରସିଞ୍ଝୀ ଆର୍ଟ ଗ୍ୟାଲେରୀରେ ପିଲାଙ୍କୁ ବିନା ମୁଲ୍ୟରେ ଚିତ୍ରାଙ୍କନ ଶିଖାଉଛନ୍ତି । ଏହାଛଡ଼ା ସେ ମେହେର ଆର୍ଟ କ୍ଲାନ ସହ ମଧ୍ୟ ଜଡ଼ିତ ଅଛନ୍ତି । ତେବେ ସେ ଏହି ଲକଡାଉନ ସମୟରେ ସଚେତନତା ନେଇ ଲୋକଙ୍କୁ ଜାଗ୍ରତ କରାଇବା ପାଇଁ ଏହି ପନ୍ଥା ଆପଣାଇଛନ୍ତି । ପିଲାମାନଙ୍କୁ ଲକଡାଉନ୍ ସମୟରେ ଏକ ହବି ଭାବରେ ଚିତ୍ର ଆଙ୍କିବାକୁ ଉତ୍ସାହିତ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.