ETV Bharat / bharat

ମହାରାଷ୍ଟ୍ରରେ ମଲେଣି 50 ପ୍ରତିଶତ ପଙ୍ଗପାଳ: ରାଜ୍ୟ କୃଷିମନ୍ତ୍ରୀ

author img

By

Published : May 29, 2020, 10:24 AM IST

ମହାରାଷ୍ଟ୍ରରେ ପଙ୍ଗପାଳ ଘଉଡାଇବାକୁ ଚାଲିଛି ଜୋର ସୋର ପ୍ରସ୍ତୁତି । କୀଟନାଶକ ସ୍ପ୍ରେ କରାଯିବା ସହ ବଜାଉଛନ୍ତି ଡ୍ରମ । ଏବେ ସୁଦ୍ଧା 50 ପ୍ରତିଶତ ପଙ୍ଗପାଳଙ୍କର ମୃତ୍ୟୁ ଘଟିଲାଣି ବୋଲି ସୂଚନା ଦେଇଛନ୍ତି ମହରାଷ୍ଟ୍ର କୃଷି ମନ୍ତ୍ରୀ ଦାଦା ଭୁସେ ।

ମହାରାଷ୍ଟ୍ରରେ ମଲେଣି 50 ପ୍ରତିଶତ ପଙ୍ଗପାଳ: ରାଜ୍ୟ କୃଷିମନ୍ତ୍ରୀ
ମହାରାଷ୍ଟ୍ରରେ ମଲେଣି 50 ପ୍ରତିଶତ ପଙ୍ଗପାଳ: ରାଜ୍ୟ କୃଷିମନ୍ତ୍ରୀ

ମୁମ୍ବାଇ: ଏବେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇଛି ପଙ୍ଗପାଳ । ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରିବା ଆରମ୍ଭ କରିଛନ୍ତି । ତେବେ ମହାରାଷ୍ଟ୍ର କୃଷିମନ୍ତ୍ରୀ ଦାଦା ଭୁସେ କହିଛନ୍ତି ଯେ ରାଜ୍ୟରେ କୃଷି ବିଭାଗ ଦ୍ବାରା ପ୍ରାୟ 50 ପ୍ରତିଶତ ପଙ୍ଗପାଳଙ୍କ ମୃତ୍ୟୁ ଘଟିଛି ।

ଭୁଷେ କହିଛନ୍ତି, ମହାରାଷ୍ଟ୍ରରେ କୃଷି ବିଭାଗ ଦ୍ବାରା ପ୍ରାୟ 50% ପଙ୍ଗପାଳର ମୃତ୍ୟୁ ଘଟିଛି । କୀଟନାଶକ ସ୍ପ୍ରେ କରିବା ପାଇଁ ଅଗ୍ନିଶମ ବିଭାଗର ଯାନ ବ୍ୟବହାର କରାଯାଉଛି । ପ୍ରଭାବିତ ଅଞ୍ଚଳରେ କୃଷକମାନଙ୍କୁ ମାଗଣାରେ ରାସାୟନିକ ପଦାର୍ଥ / କୀଟନାଶକ ଯୋଗାଇ ଦିଆଯାଉଛି ।

ତେବେ ଏହାସହ ପଙ୍ଗପାଳରୁ ବଞ୍ଚିବା ପାଇଁ ସ୍ଥାନୀୟ ଶସ୍ୟ ଭଣ୍ଡାରରେ ଜିଲ୍ଲା ପ୍ରଶାସନ କୀଟନାଶକ ସ୍ପ୍ରେ କରିଥିଲା ଏବଂ ପଙ୍ଗପାଳକୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଡ୍ରମ ବଜାଇଥିବା ଦେଖିବାକୁ ମିଳିଥିଲା ।

ଦେଶରେ ପଙ୍ଗପାଳ ଆକ୍ରମଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଆସନ୍ତା 15 ଦିନ ମଧ୍ୟରେ ବ୍ରିଟେନରୁ 15 ଟି ସ୍ପ୍ରେର ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପାକିସ୍ତାନରୁ ପଙ୍ଗପାଳ ଦଳ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ମଧ୍ୟପ୍ରଦେଶରେ ପ୍ରବେଶ କରି କପା ଫସଲ ଏବଂ ପନିପରିବାରେ ବ୍ୟାପକ କ୍ଷତି ହେବାର ଆଶଙ୍କା ରହିଛି ବୋଲି ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି । ରାଜସ୍ଥାନ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ବୋଲି ମୁଖପାତ୍ର ସୂଚନା ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.