ETV Bharat / bharat

ଦିଲ୍ଲୀ ମୋଟ୍ରୋର 20 କର୍ମଚାରୀ କୋରୋନାରେ ଆକ୍ରାନ୍ତ

author img

By

Published : Jun 5, 2020, 2:31 PM IST

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଆରସି)ର 20 କର୍ମଚାରୀ କୋରୋନାରେ ଆକ୍ରାନ୍ତ ଥିବା ଡିଏମଆରସି ସୂଚନା ଦେଇଛି । ସମସ୍ତ କର୍ମଚାରୀ ସୁସ୍ଥ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

metro employee
20 ଡିଏମଆରସି କର୍ମଚାରୀ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋର 20 କର୍ମଚାରୀ କୋରୋନାରେ ଆକ୍ରାନ୍ତ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଆରସି)ର 20 କର୍ମଚାରୀ କୋରୋନା ଆକ୍ରାନ୍ତ ଥିବା ଡିଏମଆରସି ସୂଚନା ଦେଇଛି । ସମସ୍ତ କର୍ମଚାରୀ ସୁସ୍ଥ ଥିବା ଜଣାପଡିଛି ।

ଏକ ବିବୃତ୍ତିରେ ଡିଏମଆରସି କହିଛି, କୋରୋନା ସଙ୍କଟରେ ସମଗ୍ର ଦେଶ ସହ ଡିଏମଆରସି ମଧ୍ୟ କୋରୋନା ଯୁଦ୍ଧ ଲଢୁଛି । ମେଟ୍ରୋ ସିଷ୍ଟମକୁ ପ୍ରସ୍ତୁତ ରଖିବା ପାଇଁ ଦିଲ୍ଲୀ ମେଟ୍ରୋ କର୍ମଚାରୀମାନେ ସେମାନଙ୍କ ଡ୍ୟୁଟି କରୁଛନ୍ତି । କିନ୍ତୁ କିଛି କର୍ମଚାରୀ ଦୁର୍ଭାଗ୍ୟବଶତଃ ଡ୍ୟୁଟି ସମୟରେ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ଡିଏମଆରସି କହିଛନ୍ତି ।

ଡିଏମଆରସି ପରିଚାଳନା ନିର୍ଦ୍ଦେଶକ ମଙ୍ଗୁ ସିଂ ଶୁକ୍ରବାର ଏକ ବାର୍ତ୍ତାରେ ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୂରତା ନିୟମ ମାନିବାକୁ କହିଛନ୍ତି ଏବଂ କୋରୋନା ସଂକ୍ରମିତ କର୍ମଚାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.