ETV Bharat / bharat

ସମସ୍ତ ଆପକୁ ପଛରେ ପକାଇ ରେକର୍ଡ କଲା 'ଆରୋଗ୍ୟ ସେତୁ' - corona virus

କୋରୋନା ସମୟରେ ଲୋକଙ୍କୁ ସଚେତନ କରାଇବା ସହ ନିଜର ଓ ପାଖାପାଖି ଅଞ୍ଚଳରେ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରୁଛି ଆରୋଗ୍ୟ ସେତୁ ଆପ । ଏହି ସମୟରେ ସମସ୍ତ ଡାଉନଲୋଡ ଆପକୁ ପଛରେ ପକାଇ ରେକର୍ଡ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ସମସ୍ତ ଆପକୁ ପଛରେ ପକାଇ ରେକର୍ଡ କଲା ଆରୋଗ୍ୟ ସେତୁ

author img

By

Published : Jun 7, 2020, 2:03 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 14ରେ ଦେଶକୁ ସମ୍ବୋଧିତ କରି ଏହି ଆପ ଡାଉନଲୋଡ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ । ତେବେ ସୂଚନା ପ୍ରଦାନ କରୁଥିବା ଏହି ସରକାରୀ ଆରୋଗ୍ୟ ସେତୁ ଆପ, ମେ ମାସରେ ଦୁନିଆର 10ଟି ଡାଉନଲୋଡ ହୋଇଥିବା ମୋବାଇଲ ଆପ ମଧ୍ୟରୁ ଗୋଟିଏ । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଶନିବାର ଏହି ସୂଚନା ଦେଇଛନ୍ତି ।

ଅମିତାଭ ଟ୍ୱିଟ କରି କହିଛନ୍ତି, 'ଆରୋଗ୍ୟ ସେତୁ ଆପ ଲଞ୍ଚ କରିବା ପରେ କ୍ରମାଗତ ଦ୍ୱିତୀୟ ମାସ ପାଇଁ ବିଶ୍ବର ଶ୍ରେଷ୍ଠ ୧୦ ଡାଉନଲୋଡ ମୋବାଇଲ ଆପ ମଧ୍ୟରୁ ଗୋଟିଏ ହୋଇ ରହିଛି । କୋଭିଡ-19 ମହାମାରୀକୁ ପ୍ରତିହତ କରିବା ପାଇଁ ଭାରତ ଟେକ୍ନୋଲୋଜିର ପ୍ରଭାବଶାଳୀ ଭାବରେ ବିଶ୍ୱକୁ ଆଗେଇ ନେଇଛି'।

ସର୍ବପ୍ରଥମେ, ଏହି ଆପକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରି ଫୋନରେ ଇନଷ୍ଟଲ କରିବାକୁ ପଡିବ । ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରିବା ପରେ, ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲନ୍ତି, ତେବେ ଆପଣଙ୍କୁ କିଛି ଅନୁମତି ଦେବାକୁ ପଡିବ । ଆପଣଙ୍କର ମୋବାଇଲ ନମ୍ବର, ବ୍ଲୁଟୁଥ ଏବଂ ଲୋକେସନ ଡାଟା ସାହାଯ୍ୟରେ ଏହି ଆପ ନିର୍ଣ୍ଣୟ କରିବ ଯେ, ଆପଣ ସୁରକ୍ଷିତ ଅଛନ୍ତି କି ଆପଣଙ୍କ ଉପରେ ସଂକ୍ରମଣର ବିପଦରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.