ETV Bharat / bharat

ଲୋକଙ୍କୁ ମରଣମୁହଁକୁ ଠେଲିବା ବନ୍ଦ କରୁ ପାକିସ୍ତାନ, ନଚେତ...

author img

By

Published : Sep 15, 2019, 8:52 AM IST

ପାକ୍ ଅଧିକୃତ କାଶ୍ମୀର(ପିଓକେ)ର ସାଧାରଣ ଲୋକଙ୍କୁ ମରଣମୁହଁକୁ ଠେଲିବା ବନ୍ଦ କରୁ ପାକିସ୍ତାନ । ନଚେତ ଏହାର ଯାହା ବି ପରିଣାମ ହେବ ସେଥିପାଇଁ ପାକିସ୍ତାନ ସରକାର ଏବଂ ସେନା ଦାୟୀ ହେବେ ବୋଲି କହିଛନ୍ତି ଭାରତୀୟ ସେନାର ନଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ରଣବୀର ସିଂହ ।

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି ଭାରତୀୟ ସେନାର ନଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ରଣବୀର ସିଂହ । ଶନିବାର ଏଲଓସି ଗସ୍ତ କରିବା ପରେ ସେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସେଠାକାର ସେନାକୁ ଚେତାବନୀ ଦେଇ କହିଛନ୍ତି, ପାକ୍ ଅଧିକୃତ କାଶ୍ମୀର(ପିଓକେ)ର ସାଧାରଣ ଲୋକଙ୍କୁ ମରଣମୁହଁକୁ ଠେଲିବା ବନ୍ଦ କରୁ ପାକିସ୍ତାନ । ଯଦି ପାକ୍‌ ପକ୍ଷରୁ କୌଣଶି ରୂପରେ କିମ୍ବା କିଏ ବି ଏଲଓସି ପାର କରିବାର ପ୍ରୟାସ କରୁଛି ତାହାଲେ ଭାରତୀୟ ସେନା ତାର ଦୃଢ଼ ଜବାବ ଦେବେ। ଏହାର ଯାହା ବି ପରିଣାମ ହେବ ସେଥିପାଇଁ ପାକିସ୍ତାନ ସରକାର ଏବଂ ସେନା ଦାୟୀ ହେବେ ବୋଲି ସେ କହିଛନ୍ତି ।

ପାକିସ୍ତାନ ପିଓକେର ସାଧାରଣ ଲୋକଙ୍କୁ ତୋପର ଗୋଳା ଭାବେ ବ୍ୟବହାର କରୁଥିବା ଅଭିଯୋଗ କରି ରଣବୀର ସିଂହ କହିଛନ୍ତି, ଏଲଓସି ପାର କରି ସୀମାରେ ଅନୁପ୍ରବେଶ ଏବଂ ଭାରତ ବିରୋଧରେ ଷଡଯନ୍ତ୍ର ରଚିବାକୁ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି କେତେକ ପାକ୍‌ ନେତା । ପିଓକେ ବାସିନ୍ଦାଙ୍କୁ ଉସକାଉଥିବା ବୃହତ୍‌ ପରିମାଣର ନେତା ଏଲ୍‌ଓସି ନିକଟରେ ଠାବ ହୋଇଛନ୍ତି । ବାସ୍ତବରେ ପାକିସ୍ତାନ ସେମାନଙ୍କୁ ତୋପର ଗୋଳା ଭାବେ ବ୍ୟବହାର କରୁଛି ବୋଲି ସେ କହିଛନ୍ତି । ତେବେ ପିଓକେ ନାଗରିକଙ୍କୁ ବ୍ୟବହାର କରିବାର ପ୍ରୟାସ ନକରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ସେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ପିଓକେରେ ଆୟୋଜିତ ଏକ ରାଲିରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏଲଓସିରେ ଅନୁପ୍ରବେଶ କରିବାକୁ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ । ଏଲଓସିରେ କେବେ ଅନୁପ୍ରବେଶ କରିବ ତାହା ମୁଁ କହିବି ବୋଲି ସେ କହିଥିଲେ । ତେବେ ଇମ୍ରାନଙ୍କ ଏଭଳି ଉସୁକାଇବା ଭଳି ଭାଷଣର କଡା ଜବାବ ଦେଇଛି ଭାରତୀୟ ସେନା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.