ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଶିବିର ସକ୍ରିୟ ହେବା ସହ ଲଞ୍ଚ ପ୍ୟାଡ କବଜା କଲେଣି । ହେଲେ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଉପସେନା ପ୍ରମୁଖ ଲେଫନାଣ୍ଟ ଜେନେରାଲ ଏସ.କେ ସାଇନୀ।
ଭାରତୀୟ ସେନାର ଉପ-ସେନା ପ୍ରମୁଖ ଲେଫନାଣ୍ଟ ଜେନେରାଲ ଏସ.କେ ସାଇନୀ ଜମ୍ମୁ-କାଶ୍ମୀର ଓ ନିୟନ୍ତ୍ରଣ ରେଖା ଉପରେ ବୟାନ ଦେଇଛନ୍ତି। ଦୁଇଟି ସ୍ଥାନ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି) ଓ ଆଭ୍ୟନ୍ତରିଣ (ହିଣ୍ଟରଲ୍ୟାଣ୍ଡ) ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଆଜି ଉପସେନା ପ୍ରମୁଖ ଭାବେ ସାଇନୀ ଦାୟିତ୍ବ ଗ୍ରହଣ ପରେ ଏଭଳି ବୟାନ ଦେଇଛନ୍ତି ।
ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଯୁଦ୍ଧ ବିରାମ ଉଲ୍ଳଙ୍ଘନ ହୋଇଛି। ହେଲେ ଆମେ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛୁ। ସେହିଭଳି ଉତ୍ତର-ପୂର୍ବ ସୀମାରେ ଗୋଳା-ବାରୁଦର କମ୍ ରହୁଥିବା ସମସ୍ୟାର ବି ସମାଧାନ ହେଲାଣି ବୋଲି ସେ କହିଥିଲେ। ଏହା ସେ କହିଥିଲେ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଗଠନ କରାଯାଇଛି ।