ଲକ୍ଷ୍ନୌ: ପୂର୍ବରୁ ଏୟାରପୋର୍ଟ କର୍ମଚାରୀଙ୍କ ଭାଲୁ ବେଶ ହୋଇ ମାଙ୍କଡ ଘଉଡାଇବା ଘଟଣା ତ ସମସ୍ତେ ଦେଖିଥିବେ, ହେଲେ ଏବେ ଉତ୍ତରାଖଣ୍ଡର ମିର୍ଥିରେ ଦେଖିବାକୁ ମିଳିଛି ଏହିପରି ଆଉ ଏକ ନିଆରା ଦୃଶ୍ୟ । ଏଠାରେ ବି ମାଙ୍କଡଙ୍କ ଉତ୍ପାତରେ ନାକେଦମ ହୋଇ ଇଣ୍ଡୋ-ତିବ୍ଦତିୟାନ ଆଇଟିବିପି ଯବାନ ଆପଣାଇଛନ୍ତି ନିଆରା ପନ୍ଥା । ଭାଲୁ ବେଶ ହୋଇ ଏଠାରେ ଦୁଇ ଜଣ ଯବାନ ଏକ ମାଙ୍କଡ ଦଳକୁ ସେମାନଙ୍କ କ୍ୟାମ୍ପ ପରିସରରୁ ଘଉଡାଇବାରେ ସଫଳ ହୋଇଛନ୍ତି ।
-
#ITBP jawans found a unique way to scare monkeys in #Uttrakhand They dressed like jungle bears ! See how monkeys ran away in seconds @ITBP_official pic.twitter.com/YrxskKWAq3
— Neeta Sharma (@NEETAS11) March 9, 2020 " class="align-text-top noRightClick twitterSection" data="
">#ITBP jawans found a unique way to scare monkeys in #Uttrakhand They dressed like jungle bears ! See how monkeys ran away in seconds @ITBP_official pic.twitter.com/YrxskKWAq3
— Neeta Sharma (@NEETAS11) March 9, 2020#ITBP jawans found a unique way to scare monkeys in #Uttrakhand They dressed like jungle bears ! See how monkeys ran away in seconds @ITBP_official pic.twitter.com/YrxskKWAq3
— Neeta Sharma (@NEETAS11) March 9, 2020
ଏହାର ଭିଡିଓ ସୋସିଆଲ ମିଡିଆ ତଥା ଟେଲିଭିଜନରେ ଲାଇମଲାଇଟ ପାଇଥିବା ବେଳେ ବାସ୍ତବ ଦୃଶ୍ୟ ମଧ୍ୟ ଥିଲା ସେତିକି କୌତୁହଳିଆ । ପ୍ରକୃତରେ ଉତ୍ତରାଖଣ୍ଡର ମିର୍ଥିରେ ଥିବା ଯବାନଙ୍କ କ୍ୟାମ୍ପ ଉପରେ ପ୍ରାୟ ପ୍ରତିଦିନ ମାଙ୍କଡମାନଙ୍କର ଏକ ଦଳ ଛାପା ମାରିବାକୁ ଆସନ୍ତି । ଆଉ ଯବାନମାନଙ୍କ କରନ୍ତୁ ନାକେଦମ । ଏଥିରେ ହଇରାଣ ହୋଇ କିଛି ଭିନ୍ନ ସମାଧାନ ରାସ୍ତା ବାହାର କରିଥିଲେ ଯବାନ ।
ପରଦିନ ଦୁଇ ଜଣ ଯବାନ ଠିକ୍ ମାଙ୍କଡମାନଙ୍କ ଆସିବା ସମୟରେ ଭାଲୁ ବେଶରେ ପ୍ରସ୍ତୁତ ରହିଥିଲେ ଏବଂ ଯେମିତି ମାଙ୍କଡମାନେ ଅନୁପ୍ରେବଶ ଆରମ୍ଭ କରିଥିଲେ, ଯବାନମାନେ ଆରମ୍ଭ କରିଥିଲେ ନିଜ କାମ । ଆଉ ଆଶ୍ଚର୍ଯ୍ୟର କଥା କି ଯବାନମାନଙ୍କ ଏହି ପନ୍ଥା ବାସ୍ତବରେ କାମ କରିଥିଲା ଏବଂ ସମ୍ପୃକ୍ତ ଅଞ୍ଚଳ ଛାଡି ଚାଲିଯାଇଥିଲେ ମାଙ୍କଡପଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ