ETV Bharat / bharat

ଜିଦରେ ଅଟଳ ସେନା, 2016ରେ ହୋଇଛି ଦେଶର ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌

ପ୍ରଥମ ଥର ପାଇଁ  ସେପ୍ଟେମ୍ବର ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିବା କହିଛନ୍ତି ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ରଣବୀର ସିଂହ । ଉରି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିବା କହିଛନ୍ତି ରଣବୀର ସିଂହ ।

author img

By

Published : May 20, 2019, 4:56 PM IST

ଫଟୋ ସୌଜନ୍ୟ: ଏନଆଇ

ନୂଆଦିଲ୍ଲୀ: ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ କଥା ଦୋହରାଇଛି ଭାରତୀୟ ସେନା । ପ୍ରଥମ ଥର ପାଇଁ ସେପ୍ଟେମ୍ବର ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିବା କହିଛନ୍ତି ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ରଣବୀର ସିଂହ । ଉରି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିବା କହିଛନ୍ତି ରଣବୀର ସିଂହ । ସେନାର ଏହି ବୟାନ ପରେ ପୁଣି ଥରେ କଂଗ୍ରେସ ମିଛ ଧରା ପଡିଛି । କିଛି ଦିନ ତଳେ କଂଗ୍ରେସ ଅମଳରେ ବହୁବାର ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିବା ଦମ୍ଭୋକ୍ତି କରାଯାଇଥିଲା ।

army-lt-gen-
ଫଟୋ ସୌଜନ୍ୟ: ଏନଆଇ
army-lt-gen-
ଫଟୋ ସୌଜନ୍ୟ: ଏନଆଇ

ଭାରତୀୟ ସେନାର ଜିଓସି(ଜେନେରାଲ୍‌ ଅଫିସର୍‌ ଇନ କମାଣ୍ଡ)ତଥା ନଦର୍ଣ୍ଣ କମାଣ୍ଡ୍‌ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ରଣବୀର କହିଛନ୍ତି ଯେ କିଛି ଦିନ ତଳେ ଡିଜିଏମଓଙ୍କ ପକ୍ଷରୁ ଏକ ଆର୍‌ଟିଆଇର କେବେ ସର୍ଜିକାଲ ଷ୍ଟ୍ରାଇକ ସେନା କରିଥିଲା ସେ ସଂକ୍ରାନ୍ତରେ ଉତ୍ତର ରଖା ଯାଇଥିଲା ।

ଏହାସହ ସର୍ଜିକାଲ୍‌ ଷ୍ଟ୍ରାଇକକୁ ନେଇ ରାଜନୈତିକ ଦଳମାନଙ୍କ ମତ ମନ୍ତବ୍ୟ ବାବାଦରେ କୌଣସି ମତ ଦେବାକୁ ମନା କରିଛନ୍ତି ରଣବୀର ସିଂହ । ସେନା ଦେଇଥିବା ସମସ୍ତ ସୂଚନା ତଥ୍ୟ ଓ ପ୍ରମାଣ ଭିତ୍ତିକ ବୋଲି ସେ କହିଛନ୍ତି ।

ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ରଣବୀର ସିଂହ ଆହୁରି କହିଛନ୍ତି ଯେ ଅପରେସନ ବାଲାକୋଟ ରେ ସେନାକୁ ବିପୁଳ ସଫଳତା ମିଳିଥିଲା । ଏୟାର ଷ୍ଟ୍ରାଇକ୍‌ ସେନା ପାଇଁ ଆତଙ୍କବାଦ ବିରୋଧରେ ଏକ ବିରାଟ ଉପଲବ୍ଧି । ପାକିସ୍ତାନ ଭିତରେ ପ୍ରବେଶ କରି ଭାରତୀୟ ବାୟୁସେନା ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ଶିବିରରକୁ ଧ୍ବଂସ କରିଥିଲା ।

ଏହା ପରେ ଡରି ଯାଇଥିବା ପାକିସ୍ତାନ ଭାରତ ଉପର ଆକ୍ରମଣ କରିବା ପାଇଁ ତାର ଲଢୁଆ ବିମାନ ପଠାଇଥିଲା । ମାତ୍ର ଭାରତ ଏହାକୁ ଦୃଢହସ୍ତରେ ଦମନ କରି ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେଇଥିଲା ବୋଲି କହିଛନ୍ତି ରଣବୀର ସିଂହ ।

ଏହାସହ ରଣବୀର କହିଛନ୍ତି ଯେ ଏବେ ଜମ୍ମୁ-କାଶ୍ମୀର ସୁରକ୍ଷା ବାହିନୀ ହାତରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ପାକିସ୍ତାନ ଜମ୍ମୁ-କାଶ୍ନୀରରେ ଶାନ୍ତି ଭାଙ୍ଗିବାକୁ ଚେଷ୍ଚା କରୁଛି । ମାତ୍ରା ଘାଟିରେ ଅପରେସନ ଅଲଆଉଟ୍‌ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସେନା 86 ଜଣ ଆତଙ୍କବାଦୀଙ୍କୁ ମୁଣ୍ଡ ନେଇଛନ୍ତି । ଏହାସହ ଘାଟିର ସେନା ନିରନ୍ତର ଭାବରେ ଆତଙ୍କବାଦୀ ସଂଗଠନରେ ସାମିଲ ଯୁବକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.