ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଞ୍ଛ ଜିଲ୍ଲା କ୍ରିଷ୍ଣା ଘାଟିରେ ଶତ୍ରୁ ପକ୍ଷର ଗୁଳିରେ ଆହତ ହୋଇଥିବା ଯବାନ ପ୍ରାଣ ହରାଇଛନ୍ତି । ଶହୀଦ ଯବାନ ଜଣଙ୍କ 10 ଜମ୍ମୁକାଶ୍ମୀର ରାଇଫଲର ହାବିଲଦାର ନିର୍ମଳ ସିଂହ ବୋଲି ଜଣାପଡିଛି ।
ଜାନୁଆରୀ 21ରେ ପୁଞ୍ଛ ସେକ୍ଟରର କ୍ରଷ୍ଣା ଘାଟିରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଘଂନ କରିଥିବା ନେଇ ବୟାନ ଜାରି କରିଛି ଭାରତୀୟ ସେନା । ତେବେ ପାକିସ୍ତାନର ଏହି ଅସ୍ତ୍ରବିରତୀ ଉଲ୍ଲଘଂନର କଡା ଜବାବ ଦେଇଛି ଭାରତୀୟ ସେନା । ଏହି ଘଟଣାରେ 10 ଜମ୍ମୁକାଶ୍ମୀର ରାଇଫଲର ହାବିଲଦାର ନିର୍ମଳ ସିଂହ ଆହତ ହୋଇଯାଇଥିଲେ । ପରେ ସେ ଶହୀଦ ହୋଇଥିବା ସୂଚନା ମିଳିଛି ।
ଭାରତୀୟ ସେନା ନିଜ ବୟାନରେ କହିଛି, ହାବିଲଦାର ନିର୍ମଳ ସିଂହ ବୀର ଓ କର୍ତ୍ତବ୍ୟପରାୟଣ ସୈନିକ ଥିଲେ । କର୍ତ୍ତବ୍ୟ ପ୍ରତି ତାଙ୍କର ନିଷ୍ଠା ଓ ବଳିଦାନ ପାଇଁ ହାବିଲଦାର ସର୍ବଦା ସ୍ମରଣୀୟ ହୋଇ ରହିବେ । ଗତ ଦୁଇ ବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ ଘଟଣା ବୃଦ୍ଧିପାଇଛି ।