ETV Bharat / bharat

ଆହତ ଯବାନଙ୍କୁ ଭେଟିଲେ ସେନା ମୁଖିଆ

ଗଲୱାନରେ ଚୀନ୍ ସହିତ ସଂଘର୍ଷ ବେଳେ ଆହତ ହୋଇଥିବା ଯବାନଙ୍କୁ ଭେଟିଲେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ତ ନାରାଭନେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jun 23, 2020, 11:41 PM IST

ଆହତ ଯବାନଙ୍କୁ ଭେଟିଲେ ସେନା ମୁଖିଆ
ଆହତ ଯବାନଙ୍କୁ ଭେଟିଲେ ସେନା ମୁଖିଆ

ନୂଆଦିଲ୍ଲୀ: ଗଲୱାନରେ ଚୀନ୍ ସହିତ ସଂଘର୍ଷ ବେଳେ ଆହତ ହୋଇଥିବା ଯବାନଙ୍କୁ ଭେଟିଲେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ତ ନାରାଭନେ । ମଙ୍ଗଳବାର ଲେହ ଗସ୍ତ କରି ଆହତ ଯବାନଙ୍କୁ ଭେଟିଛନ୍ତି ସେନା ମୁଖ୍ୟ ।

ଜୁନ୍ 15ରେ ହୋଇଥିବା ସଂଘର୍ଷ ଘଟଣାରେ ମୋଟ୍ 76 ଜଣ ଜବାନ ଆହତ ହୋଇଥିଲେ । 20 ଜଣ ଜବାନ ଶହୀଦ ହୋଇଥିଲେ । ସେହିପରି ଚୀନର 40 ଜବାନ ନିହତ ହୋଇଥିଲେ ବୋଲି ଭାରତୀୟ ମିଡିଆ ଦାବି କରୁଥିବା ବେଳେ ଏବେ ସପ୍ତାହେ ପରେ ଚୀନର ବୈଦେଶିକ ମନ୍ତ୍ରାଳୟ ଭାରତର ଦାବିକୁ ଖଣ୍ଡନ କରିଛି ।

ଆହତ ଯବାନଙ୍କ ସହ କଥା ହେବା ବେଳେ ଆର୍ମି ଜେନେରାଲ କହିଥିଲେ ଆବଶ୍ୟକ ପଡ଼ିଲେ ଦେଶର ସମସ୍ତ ସେନା ବାହିନୀ ପଛରେ ରହିଛନ୍ତି । ଲଦାଖର ବେସ୍ କ୍ୟାମ୍ପରେ ଆର୍ମିର ହସ୍ପିଟାଲ ରହିଛି । ଏଠାରେ ଆହତ ଯବାନମାନେ ଚିକିତ୍ସିତ ହେଉଛନ୍ତି ।

ସେହିପରି ବୁଧବାର ସେନା ମୁଖ୍ୟ କଶ୍ମୀର ଗସ୍ତ କରି ଭାରତ ପାକିସ୍ତାନ ଏଲଓସିର ସ୍ଥିତି ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.