ନୂଆଦିଲ୍ଲୀ: ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନର୍ଭାଣେ ବିଶ୍ବବିଦ୍ୟାଳୟ ଗବେଷକମାନଙ୍କ ଦ୍ୱାରା ଲିଖିତ ‘ଯୁବ ଗବେଷକଙ୍କ ଦୃଷ୍ଟିକୋଣରୁ ଜାତୀୟ ସୁରକ୍ଷା ଚ୍ୟାଲେଞ୍ଜ' ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି । ଆର୍ମି ଥିଙ୍କ-ଟ୍ୟାଙ୍କ ସେଣ୍ଟର ଫର ଲ୍ୟାଣ୍ଡ ୱାରଫେୟାର ଷ୍ଟଡିଜ (CLAWS)ଦ୍ବରା ପ୍ରକାଶିତ ଏହି ପୁସ୍ତକ ଗତ ଅଗଷ୍ଟ 17ରେ ପ୍ରକାଶିତ ହୋଇଥିଲା ।
ସ୍ନାତକୋତ୍ତର ସ୍ତର ଠାରୁ ଆରମ୍ଭ କରି ଡକ୍ଟରେଟ ପର୍ଯ୍ୟନ୍ତ ସମସ୍ତ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟବସ୍ତୁ ଉପରେ ଲେଖିଛନ୍ତି। 1971 ଭାରତ-ପାକିସ୍ତାନ ଯୁଦ୍ଧର ମହାନ ରଣନୀତିଜ୍ଞ ଫିଲ୍ଡ ମାର୍ଶଲ ମାନେକଶାଙ୍କ ପାଇଁ ଏହି ପୁସ୍ତକ ଶ୍ରଦ୍ଧାଞ୍ଜଳି ଅଟେ ଯାହାଙ୍କ ପ୍ରୟାସରେ ବାଂଲାଦେଶ ମୁକ୍ତ ହୋଇଥିଲା।
ଏହି ପୁସ୍ତକଟି ହେଉଛି 2018-2019 FMMEC ପୁରସ୍କାର ବିଜେତା ଏବଂ ଅଳ୍ପ କିଛି ଚୟନ ପ୍ରବନ୍ଧର ଏକ ସଂକଳନ । ଏହା ତିନୋଟି ବିଷୟବସ୍ତୁରେ ବିଭକ୍ତ, ଯଥା ଧାରଣା ବୁଝାମଣା ଏବଂ ଭାରତର ଜାତୀୟ ନିରାପତ୍ତାର ଦିଗ, ବୈଷୟିକ ବିବର୍ତ୍ତନ, ସାଇବର ବିପଦ ଏବଂ ସୁରକ୍ଷା ଏବଂ ଜାତୀୟ, ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ଅଭିଜ୍ଞତା |
ଭାରତୀୟ ସେନା ନିଷ୍ପତ୍ତି ନେଇଛି ଯେ ସମସ୍ତ ଆଇଆଇଟି, ଆଇଆଇଏମ, ଏବଂ ବିଜନେସ ସ୍କୁଲ୍ ସହିତ ସମସ୍ତ ବିଶ୍ବବିଦ୍ୟାଳୟକୁ ଏହି ପୁସ୍ତକ ପଠାଯିବ।
ଛାତ୍ର ତଥା ଯୁବ ଲେଖକଙ୍କ ମନୋବଳ ବଢାଇବା ପାଇଁ ଏହି ପୁସ୍ତକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଏବଂ ସ୍ଥଳସେନା ମୁଖ୍ୟ ନର୍ଭାଣେଙ୍କ ବାର୍ତ୍ତା ରହିଛି ।