ETV Bharat / bharat

ଚୀନ ସହ ଉତ୍ତେଜନା ମଧ୍ୟରେ ଅଚାନକ ଲଦାଖ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ - ପୂର୍ବ ଲଦାଖ

ବୁଧବାର ପୂର୍ବ ଲଦାଖର ରେଚିନ-ଲା'ରେ ପହଞ୍ଚିଛନ୍ତି ସ୍ଥଳସେନା ମୁଖ୍ୟ । ତେବେ 29 ଅଗଷ୍ଟରେ ଏହି ସ୍ଥାନକୁ ନିଜ ଅଧିକାର କ୍ଷେତ୍ରକୁ ଆଣିଥିଲା ଭାରତୀୟ ସେନା । ଅଧିକ ପଢନ୍ତୁ...

ଚୀନ ସହ ଉତ୍ତେଜନା ମଧ୍ୟରେ ଅଚାନକ ଲଦାଖ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ

author img

By

Published : Dec 23, 2020, 6:39 PM IST

ଲେହ: ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଅଚନାକ ଲଦାଖ ଗସ୍ତ କରିଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ । ବୁଧବାର ପୂର୍ବ ଲଦାଖର ରେଚିନ-ଲା'ରେ ପହଞ୍ଚିଛନ୍ତି ସ୍ଥଳସେନା ମୁଖ୍ୟ । ତେବେ 29 ଅଗଷ୍ଟରେ ଏହି ସ୍ଥାନକୁ ନିଜ ଅଧିକାର କ୍ଷେତ୍ରକୁ ଆଣିଥିଲା ଭାରତୀୟ ସେନା ।

ଏଲଏସି ଅର୍ଥାତ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲରେ ବେଶ ସାମରିକ ଗୁରୁତ୍ବ ରଖୁଥିବା ଏହି ସ୍ଥାନ ଟ୍ୟାଙ୍କ୍‌, ବିଏମପି ଓ ସୈନିକଙ୍କ ଚୀନ ସୀମାରେ ପ୍ରବେଶ କରିବା ବହୁତ ସହଜ । ଏହାସହ ଜେନେରାଲ ନର୍ଭାଣେ ସେନାର ଅପରେସନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ସ୍ଥଳସେନା ମୁଖ୍ୟ ଜେନେରାଲ ନର୍ଭାଣେ ବୁଧବାର ସକାଳେ ଲେହରେ ପହଞ୍ଚିଥିଲେ । ସେଠାରୁ ସେ ଚୀନ ସୀମାକୁ ଲାଗିଥିବା ଏଲଏସିର ସୁରକ୍ଷା ଦ୍ବାୟିତ୍ବ ସମ୍ଭାଳୁଥିବା ଫାୟାର ଆଣ୍ଡ୍‌ ଫ୍ୟୁରି କୋରର ମୁଖ୍ୟାଳୟ ପହଞ୍ଚି ଅପରେସନ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ରେଚିନ-ଲା'ରେ ସ୍ଥଳସେନା ମୁଖ୍ୟ ସେଠାରେ ମୁତୟନ ମେକନାଇଜ୍‌ଡ ଇନଫେଣ୍ଟ୍ରି ଓ ଆର୍ମଡ ଅର୍ଥାତ ଟ୍ୟାଙ୍କ୍‌ ଉପରେ ମୁତୟନ ସୈନିକଙ୍କୁ ସାକ୍ଷାତ କରିଛନ୍ତି । କାରଣ ରେଚିନ-ଲା'ରେ ସେନାର ବିଏମପି(ଆର୍ମଡ କ୍ୟାରିୟର ଭେଇକଲ) ଓ ଟ୍ୟାଙ୍କ୍‌ ମୁତୟନ ହୋଇଛି । ଏଠାରେ ଭାରତୀୟ ସେନାର ବିଏମପି ମେସିନ ଓ ଚୀନ-ତିବ୍ବତର ରେଚିନ-ଲା' ଲ୍ୟାଣ୍ଡ୍‌ରେ ସହଜରେ ପ୍ରବେଶ କରିପାରିବ । ଏଥିପାଇଁ ରେଚିନ-ଲା' ଲ୍ୟାଣ୍ଡ୍ ସାମରିକ ଦୃଷ୍ଟିରୁ ବେଶ ମହତ୍ବପୂର୍ଣ୍ଣ ।

ପୂର୍ବରୁ 29 ଓ 30 ଅଗଷ୍ଟ ରାତିରେ ଭାରତୀୟ ସେନା କୈଳାଶ ପର୍ବତଶୃଙ୍ଗର ରେଚିନ-ଲା' ସମେତ ସୁଡଙ୍ଗ ହିଲ୍‌, ମଗର ହିଲ ଓ ମୁଖପରୀକୁ ନିଜ ଅକ୍ତିଆରକୁ ଆଣିଥିଲା । ଚୀନ ସେନା ପଙ୍ଗୋଙ୍ଗ୍‌ ହ୍ରଦ ନିକଟରେ ଥିବା ଫିଙ୍ଗର 2ରୁ ଫିଙ୍ଗର 4କୁ କବଜା କରିବା ପରେ ଭାରତୀୟ ସେନା ଏହି ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

କୈଲାଶ ରେଞ୍ଜ ହେଉଛି ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ଅଞ୍ଚଳ, ଯାହା ଚୁସୁଲ ବ୍ରିଗେଡ ଅଧୀନରେ ଆସେ । ଫିଙ୍ଗର ଅଞ୍ଚଳ ହେଉଛି ପାଙ୍ଗୋଙ୍ଗ ହ୍ରଦର ଉତ୍ତରରେ ଅବସ୍ଥିତ ।

ଗତ 8 ମାସ ଧରି ପୂର୍ବ ଲଦାଖ ନିକଟରେ ଥିବା ଏଲଏସିରେ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ ସୈନ୍ୟବାହିନୀ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି। ଉଭୟ ଦେଶର ପ୍ରାୟ 50-50 ହଜାର ସୈନିକ ଏଲଏସିରେ ମୁତୟନ | ଏହା ବ୍ୟତୀତ ଉଭୟ ଦେଶର ଟ୍ୟାଙ୍କ, ତୋପ, ବିଏମପି ମେସିନ ଏବଂ କ୍ଷେପଣାସ୍ତ୍ର ବହୁ ସଂଖ୍ୟାରେ ଏଲଏସିରେ ମୁତୟନ ହୋଇଛି । ନିକଟରେ ଆମେରିକା ସରକାରଙ୍କ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଭାରତ ଏବଂ ଚୀନ ମଧ୍ୟରେ ଥିବା ତିକ୍ତତାକୁ ଏହି ଶତାବ୍ଦୀର ସବୁଠାରୁ ବଡ ସୀମା ବିବାଦ ବୋଲି ବର୍ଣ୍ଣନା କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.