ETV Bharat / bharat

ସୀମାରେ ଦୁଇଗୁଣା ଟେନସନ, ସ୍ଥିତି ସମୀକ୍ଷା କରିବାକୁ ଶ୍ରୀନଗର ଯିବେ ସ୍ଥଳସେନା ମୁଖ୍ୟ - ସ୍ଥଳସେନା ମୁଖ୍ୟ

ଲଦାଖ ସୀମାରେ ଚୀନ ସହ ଯୁଦ୍ଧ ସ୍ଥିତି ଉପୁଜିଥିବାବେଳେ ଏପଟେ ଟେନସନ ବଢାଉଛି ପାକିସ୍ତାନ । ଅପରେସନର ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା ପାଇଁ ଶ୍ରୀନଗର, ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ । ଅଧିକ ପଢନ୍ତୁ...

ସୀମାରେ ଡବଲ ଟେନସନ, ସ୍ଥିତି ସମୀକ୍ଷା କରିବାକୁ ଶ୍ରୀନଗର ଯିବେ ସ୍ଥଳସେନା ମୁଖ୍ୟ

author img

By

Published : Sep 17, 2020, 6:18 PM IST

ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ ସହ ଯୁଦ୍ଧ ସ୍ଥିତି ଉପୁଜିଥିବାବେଳେ ଏପଟେ ଏଲଓସିରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଜାରି ରହିଛି ଅସ୍ତ୍ରବିରତି ଉଲ୍ଲଂଘନ । ଏହାସହ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ଥମିବାକୁ ନାଁ ନେଉନାହିଁ । ଏ ପରିସ୍ଥିତିରେ ଜାମ୍ମୁ ଓ କାଶ୍ମୀର ଗସ୍ତ କରୁଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକନ୍ଦ ନର୍ଭାଣେ ।

ଘାଟିରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଜାରି ଅପରେସନର ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା ପାଇଁ ଶ୍ରୀନଗର, ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ । ଏନେଇ ଆର୍ମି ସୂତ୍ରରୁ ସୂଚନା ଦିଆଯାଇଛି ।

ଏହାପୂର୍ବରୁ ସେପ୍ଟେମ୍ବର 4ରେ ସ୍ଥଳସେନା ମୁଖ୍ୟ ଲେହ ଗସ୍ତରେ ଯାଇ ଲଦାଖ ସୀମାରେ ଜାରି ଉତ୍ତେଜନା ସ୍ଥିତିର ସମୀକ୍ଷା କରିଥିଲେ । ଭାରତ ମହାମାରୀ କୋରୋନା ବିରୋଧରେ ଯୁଦ୍ଧ ଲଢୁଥିବାବେଳେ ଉଭୟ ପଡୋଶୀ ଦେଶ ଟେନସନ ବଢାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.