ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ଓ ପଡୋଶୀ ଦେଶଗୁଡିକ ସହ ସୀମା ବିବାଦ ମଧ୍ୟରେ ସ୍ଥଳସେନା ମୁଖ୍ୟଙ୍କ ବଡ ନିର୍ଦ୍ଦେଶ । ଯେକୌଣସି ବି ପରିସ୍ଥିତିର ସାମ୍ନା ତଥା ଅପରେସନ କରିବାକୁ ଫିଲ୍ଡ କମାଣ୍ଡରମାନଙ୍କ ନିର୍ଦ୍ଦେଶ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ । ଏହାସହ ପ୍ରତି ମୁହୂର୍ତ୍ତରେ ଆଲର୍ଟ ରହିବାକୁ ଯବାନଙ୍କୁ କୁହାଯାଇଛି ।
ବର୍ତ୍ତମାନ ସମୟରେ ପଡୋଶୀ ଦେଶଗୁଡିକ ସହ ଭାରତର ସମ୍ପର୍କ ତିକ୍ତ ରହିଥିବା ବେଳେ ସୀମାରେ ଉତ୍ତେଜନା ଲାଗି ରହିଛି । ଲଦାଖରେ ଚୀନ ସହ ସୀମା ସଂଘର୍ଷ ହୋଇଥିବା ବେଳେ ଏଲଓସିରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି ।