ETV Bharat / bharat

ସେନାଙ୍କୁ ସାବଧାନ ରହିବାକୁ ନିର୍ଦ୍ଦେଶ ଦେଲେ ସେନାଧ୍ୟକ୍ଷ

ସେନାକୁ ସଜାଗ ଓ ସତର୍କ ହୋଇ ରହିବା ପାଇଁ କହିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ । ଯେ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଓ ପ୍ରତିପକ୍ଷକୁ କଡାଜବାବ ଦେବା ପାଇଁ ସେନାକୁ ଜାଗ୍ରତ ହୋଇ ରହିବା ପାଇଁ କହିଛନ୍ତି ବିପିନ ରାୱତ

author img

By

Published : Mar 8, 2019, 3:45 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତ-ପାକ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କେବେ ଚରମ ରୂପରେ ରୂପାନ୍ତରିତ ହୋଇ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ତାର ଠିକଠିକଣା ନାହିଁ । ଏହିଭଳି ପରିସ୍ଥିତିରେ ସେନାକୁ ସଜାଗ ଓ ସତର୍କ ହୋଇ ରହିବା ପାଇଁ କହିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ । ଯେ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଓ ପ୍ରତିପକ୍ଷକୁ କଡାଜବାବ ଦେବା ପାଇଁ ସେନାକୁ ଜାଗ୍ରତ ହୋଇ ରହିବା ପାଇଁ କହିଛନ୍ତି ବିପିନ ରାୱତ ।

ମିଳିଥିବା ସୂଚନା ଅନୁସାରେ ସ୍ଥଳସେନା ମୁଖ୍ୟ ବିପିନ ରାୱତ ଗୁରୁବାର ଦିନିକିଆ ଜମ୍ମୁକାଶ୍ମୀର ଓ ରାଜସ୍ଥାନ ଗସ୍ତରେ ଯାଇଛନ୍ତି । ରାୱତ ନିୟନ୍ତ୍ରଣ ରେଖା (ଏଲ୍ଓସି) ତଥା ରାଜସ୍ଥାନର ସୀମା ସଲଗ୍ନ ଚେକ୍‌ ପୋଷ୍ଟରେ ନିୟୋଜିତ ଯବାନଙ୍କ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହାସହ ରାୱତ ସେନା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏଥିସହ ସେନାକୁ ସବୁବେଳେ ପ୍ରସ୍ତୁତ ରହିବାକୁ ଓ ବାୟୁସେନା ସହ ତାଳମେଳ ରକ୍ଷା କରିବା ପାଇଁ ରାୱତ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ପୁଲୱାମା ପ୍ରତିଶୋଧ ନେବା ପାଇଁ ବ୍ୟଗ୍ର ଥିବା ଭାରତୀୟ ବାୟୁ ସେନା ପିଓକେରେ ପଶି 26 ଫେବୃଆରୀ ମଙ୍ଗଳବାର ୧୦୦୦ କେଜିର ବୋମା ପକାଇ ଶତ୍ରୁ ଶିବିର ଉପରେ ଜବରଦସ୍ତ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ଆଡ୍ଡା, କଣ୍ଟ୍ରୋଲ ରୁମ, ଟ୍ରେନର, କମାଣ୍ଡରଙ୍କ ସମେତ କ୍ୟାମ୍ପ ଗୁଡିକୁ ଧ୍ବଂସ ହୋଇଥିବା ବେଳେ 350ରୁ ଊର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଥିବାର ଖବର ରହିଛି । ଏହାପରେ ଭାରତ ବାୟୁସେନା ଓ ପାକିସ୍ତାନ ବାୟୁସେନା ସହ ମୁହାଁମୁହିଁ ଲଢେଇରେ ଭାରତୀୟ ମିଗ-21 ପାକିସ୍ତାନର ଏଫ୍‌-16କୁ ଧ୍ବସଂ କରିଥିଲା । ଏହାପରଠାରୁ ଦୁଇ ଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତ ସୃଷ୍ଟି ହୋଇଛି ।

ଏହା ବ୍ୟତୀରେକ ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ରବିରତୀ ଉଲ୍ଲଂଘନ କରୁଛି । ଏଭଳି ସମୟରେ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ଆକ୍ରମଣକୁ ମଧ୍ୟ ଅଣଦେଖା କରାଯିବ ନାହିଁ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ । ଏହି ସମସ୍ତ ଦିଗକୁ ବିଚାର କରି ସେନାକୁ ପ୍ରସ୍ତୁତ ହୋଇ ରହିବା ପାଇଁ କହିଛନ୍ତି ବିପିନ ରାୱତ ।

କଟକ:  ଏସିପି ସରିଫିଉଦିନ ଙ୍କ ପାଇଁ ବଢୁଛି ଆଡୁଆ । ଗତକାଲି ପୋଲିସ ଡିଜି ଙ୍କ ପ୍ରତିକିୟା ପରେ ଆଜି ଖୋଦ ଡିସିପି ଖୋଲିଛନ୍ତି ମୁହଁ । ଏସିପି ସରିଫଉଦିନ ଙ୍କ ବିରୁଦ୍ଧରେ ରେ ଆସିଥିବା ଅଭିଯୋଗ କୁ ତଦନ୍ତ କରୁଛନ୍ତି ଅତରିକ୍ତ ଡିସିପି ତିରନାଥ ପଟେଲ । ଘଟଣା ସ୍ଥଳ ରେ କଣ ପାଇଁ ଓ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହା ନିର୍ଧାରିତ ସମୟ ମଧ୍ୟରେ ତଦନ୍ତ କରଯାଇ ଦୋଷୀ ବିରୁଦ୍ଧରେ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି । 

ସୂଚନା ମୁତାବକ , ମଙ୍ଗଳବାର ଘଟିଥିଲା ଏପରି ଘଟଣା । ନିଶା ନିବାରଣ ଆନ୍ଦୋଳନ କରୁଥିବା କିଛି ଆନ୍ଦୋଳନ କାରୀଙ୍କୁ କରାୟତ କରିବା ଉଦ୍ଧେଶ୍ୟରେ କଟକ 2 ନ ଜୋନ ଏସିପି ଏସ.କେ. ସରିଫଉଦିନ ଉମେଶ ନାୟକ ନାମକ ଏକ ଆନ୍ଦୋଳନକାରୀ ଉପରକୁ ଏକ ଶକ୍ତ ଚାପୁଡ଼ା ଦେଇଥିଲେ । ଯାହାକୁ ନେଇ ଏବେ ସଧାରଣ ରେ ଚର୍ଚ୍ଚା ଜୋର ଧରିଛି ।

ବାଇଟ: କଟକ ଡିସିପି ( ଅଖିଳେସ୍ୱର ସିଂ)

Visual and byte on mojo plz check 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.