ETV Bharat / bharat

ଏଲଓସିରେ ସେନାର ଚଢାଉ, 5 ଏକେ ରାଇଫଲ ସହ 21 ଗ୍ରେନେଡ ଜବତ - ବାରାମୁଳାର ରାମପୁର

ବାରାମୁଳାର ରାମପୁର ସେକ୍ଟରରେ ଭାରତୀୟ ସେନାର ଚଢାଉ। ଏହି ଚଢାଉରେ 5ଟି AK ସିରିଜ ରାଇଫଲ, 6ଟି ପିସ୍ତଲ ଏବଂ 21ଟି ଗ୍ରେନେଡ ସମେତ ଅସ୍ତ୍ରଶସ୍ତ୍ର ଓ ବିପୁଳ ଗୁଳିଗୋଳା ଜବତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଏଲଓସିରେ ସେନାର ଚଢାଉ, 5 ଏକେ ରାଇଫଲ ସହ 21 ଗ୍ରେନେଡ ଜବତ

author img

By

Published : Sep 1, 2020, 7:35 PM IST

ଶ୍ରୀନଗର: ଭାରତ-ପାକିସ୍ତାନ ସୀମାକୁ ଲାଗିଥିବା ବାରାମୁଳାର ରାମପୁର ସେକ୍ଟରରେ ଥିବା 2ଟି ସନ୍ଦିଗ୍ଧ ଅଞ୍ଚଳରେ ଭାରତୀୟ ସେନାର ଚଢାଉ। ଏହି ଚଢାଉରେ 5ଟି AK ସିରିଜ ରାଇଫଲ, 6ଟି ପିସ୍ତଲ ଏବଂ 21ଟି ଗ୍ରେନେଡ ସମେତ ଅସ୍ତ୍ରଶସ୍ତ୍ର ଓ ବିପୁଳ ଗୁଳିଗୋଳା ଜବତ ହୋଇଥିବା ଜଣାପଡିଛି । ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧିକୁ ନେଇ ସର୍ଚ୍ଚ ଅପରେସନ ଜାରି ରଖିଛି ଭାରତୀୟ ସ୍ଥଳସେନାର ଯବାନ ।

ଭାରତୀୟ ସୀମାକୁ ପ୍ରବେଶ କରିଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ 30ରେ ବାରାମୁଳା ଜିଲ୍ଲାର ରାମପୁର ସେକ୍ଟରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଚିହ୍ନଟ ହୋଇଥିଲା।

ଦୀର୍ଘ 7 ଘଣ୍ଟାର ସର୍ଚ୍ଚ ଅପରେସନ ପରେ ସେନା ରାମପୁର ସେକ୍ଟରର 2ଟି ପୃଥକ ସ୍ଥାନରୁ ଏକ ବିପଳ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଜବତ ଆତଙ୍କବାଦୀ ସାମଗ୍ରୀ ମଧ୍ୟରେ 5ଟି AK ସିରିଜ ରାଇଫଲ (6ଟି ମାଗାଜିନ ଏବଂ 2 ଟି ସିଲ ବାକ୍ସ ସହିତ 1,254 ରାଉଣ୍ଡ AK ଗୁଳି), 6 ଟି ପିସ୍ତଲ (9 ଟି ମାଗାଜିନ ଏବଂ 6 ରାଉଣ୍ଡ ସହିତ), 21ଟି ଗ୍ରେନେଡ, 2 ଟି ୟୁବିଜିଏଲ ଗ୍ରେନେଡ ଏବଂ 2ଟି କେନଉଡ ରେଡିଓ ସେଟ ସାମିଲ ରହିଛି। ଭାରତୀୟ ସେନାର ଚିନାର କର୍ପସ ଅନୁଯାୟୀ, ଅନୁପ୍ରବେଶକାରୀ ଏଠାରେ ଥିବା ଗାଁରେ ଲୁଚି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.