ETV Bharat / bharat

ଚୀନ ସେନା ସହ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ସେନା

author img

By

Published : Oct 4, 2020, 7:57 PM IST

ଚୀନ ସହ ଜାରି ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନାର C-17, ଇଲ୍ୟୁଶିନ-76 ଏବଂ C-130J ସୁପର ହର୍କ୍ୟୁଲସ୍ ବିମାନ ଲେହ ଆକାଶରେ ଉଡୁଥିବା ଦେଖିବାକୁ ମିଳୁଛି । ଏହି ବିମାନ ମାଧ୍ୟମରେ ଏଲଏସିରେ ନିୟୋଜିତ ଭାରତୀୟ ସୈନିକମାନଙ୍କୁ ରାସନ ଏବଂ ସାମଗ୍ରୀ ପରିବହନ କରାଯାଉଛି ।

ଚୀନ ସେନା ସହ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ସେନା
ଚୀନ ସେନା ସହ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖର ନିୟନ୍ତ୍ରଣ ରେଖାରେ ଭାରତ ଏବଂ ଚୀନ ମଧ୍ୟରେ ଉପୁଜିଥିବା ବିବାଦ ଚରମସୀମାରେ ପହଞ୍ଚିଛି । ଉତ୍ତେଜନାକୁ ହ୍ରାସ କରିବା ପାଇଁ ଉଭୟ ଦେଶର ସୈନ୍ୟବାହିନୀ ବହୁ ଉଦ୍ୟମ କରୁଛନ୍ତି । କିନ୍ତୁ ଚୀନର ଚାଲବାଜୀ ଯୋଗୁଁ ସେମାନେ ସଫଳତା ପାଇପାରୁ ନାହାଁନ୍ତି। ଫଳରେ ସୀମାରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ତେବେ ଭାରତ ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ସେନା ବିରୁଦ୍ଧରେ ଯୁଦ୍ଧ କରିବାକୁ ଭାରତୀୟ ସେନା ଏବଂ ବାୟୁସେନା ମିଳିତ ଭାବେ ପ୍ରସ୍ତୁତ ହେଉଛନ୍ତି।

ଚୀନ ସହ ଜାରି ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନାର C-17, ଇଲ୍ୟୁଶିନ-76 ଏବଂ C-130J ସୁପର ହର୍କ୍ୟୁଲସ୍ ବିମାନ ଲେହ ଆକାଶରେ ଉଡୁଥିବା ଦେଖିବାକୁ ମିଳୁଛି । ଏହି ବିମାନ ମାଧ୍ୟମରେ ଏଲଏସିରେ ନିୟୋଜିତ ଭାରତୀୟ ସୈନିକମାନଙ୍କୁ ରାସନ ଏବଂ ସାମଗ୍ରୀ ପରିବହନ କରାଯାଉଛି । ଲଦାଖ ଅଞ୍ଚଳରେ ନିୟୋଜିତ ଜଣେ ବରିଷ୍ଠ ବାୟୁସେନା କମାଣ୍ଡର ଏନେଇ କହିଛନ୍ତି, ବାୟୁସେନା ମୁଖ୍ୟାଳୟରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ପୂର୍ବ ଲଦାଖରେ ସେନା ତଥା ଅନ୍ୟ ସୁରକ୍ଷା ବାହିନୀର ସମସ୍ତ ଆବଶ୍ୟକତା ପୂରଣ ହେବ ଏବଂ ଫଳାଫଳ ଏଠାରେ ଦେଖାଯିବ।

ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଏବଂ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ ଉଭୟ ଭଲ ବନ୍ଧୁ । ତେବେ ବର୍ତ୍ତମାନ ସିଡିଏସ ମୁଖ୍ୟ ଜେନେରାଲ ବିପିନ ରାୱତ, ଜେନେରାଲ ନରୱାଣେ ଏବଂ ଭଦୌରିଆ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଯୋଜନା କରୁଛନ୍ତି। ଏହା ସହିତ ସେନାର ଅଧିକାରୀ ପ୍ରସ୍ତୁତି ସମୀକ୍ଷା କରିବାରେ ବ୍ୟସ୍ତ ରହିଛନ୍ତି । ଦୁଇ ବାହିନୀ ମିଳିତ ଭାବେ ଏଲଏସି ଉପରେ କାର୍ଯ୍ୟ କରୁଛନ୍ତି ବୋଲି ବାୟୁସେନା କମାଣ୍ଡର କହିଛନ୍ତି ।

ସ୍ଥଳସେନାର ଅଧିକାରୀ ନିୟମିତ ଭାବେ ଭାରତୀୟ ବାୟୁସେନାକୁ ସୀମା ସ୍ଥିତିର ଅପଡେଟ୍ ଦେଉଛନ୍ତି । ଉଭୟ ବାହିନୀ ମିଳିତ ଭାବେ କିଛି ଅପରେସନ୍ ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.