ନୂଆଦିଲ୍ଲୀ: ଗଭୀର ସମୁଦ୍ର ଭିତରେ ଚାଲିଛି ଫେଚ୍ ବଲ ଖେଳ । ଆଜ୍ଞା ହଁ ଏ ଖେଳ ଯେତିକି ଦୁଃସାହସିକ ସେତିକି ମଜ୍ଜାଦାର । ଏଠି ଖେଳାଳିମାନେ ପ୍ରତିପକ୍ଷ ଖେଳାଳିଙ୍କ ସହ ଖେଳୁନାହାଁନ୍ତି ବରଂ ତିମି ସହ ନେଉଛନ୍ତି ଖେଳର ମଜ୍ଜା ।
ବର୍ତ୍ତମାନ ଏହି ମଜ୍ଜାଦାର ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ଓ ସେୟାର ହେବାରେ ଲାଗିଛି ।
ତେବେ ଏହି ଭିଡିଓରେ ଜଣେ ବ୍ୟକ୍ତି ଜାହଜରେ ବସି ବଲଟିକୁ ତଳକୁ ଫିଙ୍ଗୁଛି ,ଏହାପରେ ତିମିଟି ସେହି ବଲଟିକୁ ଦ୍ରୁତ ବେଗରେ ଧରି ଆଣି କିକ୍ କରୁଛି । ଏହି ଭିଡିଓଟିକୁ ଆର୍କଟିକ୍ ପୋଲରେ ଦକ୍ଷିଣ ଆଫ୍ରିକାର କ୍ରିୟୁ ମେମ୍ବରଙ୍କ ଦ୍ବାରା ଜେମିନି କ୍ରାଫ୍ଟ ବୋର୍ଟରେ ରେକର୍ଡ କରାଯାଇଛି । ଯେଉଁଥିରେ ରକଗି ଫ୍ୟାନ୍ସମାନେ ଯାତ୍ରା କରିବା ସହ ବେଲୁଗା ତିମି ସହ ଫେଚ୍ ବଲର ମଜ୍ଜା ନେଉଛନ୍ତି ।
ଏହି ଭିଡିଓଟିକୁ ବର୍ତ୍ତମାନ4.4 ମିଲିଅନ ଭ୍ୟୁଜ୍, 9 ହଜାର ଲାଇକ୍, 2 ହଜାର ରିଟ୍ବିଟ୍ ପାଇଛି । ଲୋକମାନେ ଏହି ଭିଡିଓଟକୁ ବହୁଳମାତ୍ରାରେ ପସନ୍ଦ କରୁଛନ୍ତି ।
ତେବେ ନ୍ୟାସନାଲ ଜିଓଗ୍ରାଫିକ୍ ଚ୍ୟାନେଲର କହିବା ଅନୁସାରେ ବେଲୁଗା ହେଉଛି ଏକ ସାମାଜିକ ପଶୁ । ଏହା ଲୋକଙ୍କ ସହ ଖେଳିବା ସହ ହ୍ବିସିଲ ମଧ୍ୟ ବଜାଇଥାଏ ।