ଆଗ୍ରା: ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପାଇଁ ଆଗ୍ରାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ବଚ୍ଛତା ଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ଦିଗକୁ ଧ୍ୟାନ ଦିଆଯାଇଛି । ସେହିପରି ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ତାଜମହଲର ପଲିସିଂ କାର୍ଯ୍ୟ କରାଯାଉଛି । ଏହି ପଲିସିଂ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ଦେଖିବାକୁ ମିଳିଛି । କର୍ମଚାରୀ ମାନେ ବିନା ହେଲମେଟ ଓ ଲାଇଫ ବେଲ୍ଟରେ 55 ଫୁଟ ଉପରେ କାର୍ଯ୍ୟ କରୁଥିବା ଦେଖାଯାଇଛି । ଏହି ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ତାଜମହଲର ପଲିସିଂ କାର୍ଯ୍ୟ କରାଯାଉଛି । ହେଲେ କାର୍ଯ୍ୟରତ କର୍ମଚାରୀ ମାନେ ରୋପ ଷ୍ଟେୟାରରେ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛନ୍ତି । ଏହି କାର୍ଯ୍ୟ କରିବା ସମୟରେ ପର୍ଯ୍ୟଟକ ମାନେ ତଳେ ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ଦେଖାଯାଇଛି ।
ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଟ୍ରମ୍ପ ନିଜ ପତ୍ନୀଙ୍କ ସହ 24 ତାରିଖରେ ତାଜମହଲ ପରିଦର୍ଶନ କରିବେ । ସେଥିପାଇଁ ତାଜମହଲ ପଲିସିଂ କାର୍ଯ୍ୟ କରାଯାଉଛି ।