ETV Bharat / bharat

ରାଜଧାନୀ ଦିଲ୍ଲୀରେ ହୋଟେଲ ଖୋଲିବାକୁ ମିଳିଲା ମଞ୍ଜୁରୀ - ହୋଟେଲ ଖୋଲିବାକୁ ମିଳିଲା ମଞ୍ଜୁରୀ

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA)ର ବୈଠକରେ ରାଜଧାନୀରେ ହୋଟେଲ ଖୋଲିବାକୁ ଅନୁମୋଦନ ପ୍ରଦାନ କରାଯାଇଛି। ଅଧିକ ପଢନ୍ତୁ...

ରାଜଧାନୀ ଦିଲ୍ଲୀରେ ହୋଟେଲ ଖୋଲିବାକୁ ମିଳିଲା ମଞ୍ଜୁରୀ

author img

By

Published : Aug 19, 2020, 7:33 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ଅଞ୍ଚଳରେ ହୋଟେଲ ଏବଂ ଦୋକାନ ବଜାର ବନ୍ଦ ରହିଛି। ଏପରିସ୍ଥିତିରେ ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA)ର ବୈଠକରେ ରାଜଧାନୀରେ ହୋଟେଲ ଖୋଲିବାକୁ ଅନୁମୋଦନ ପ୍ରଦାନ କରାଯାଇଛି। ହେଲେ ଏଯାଏଁ ଜିମ୍‌ ଖୋଲିବା ନେଇ କୌଣସି ଘୋଷଣା କରାଯାଇ ନାହିଁ ।

ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପରାଜ୍ୟପାଳ ଅନୀଲ ବୈଜଲ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ତେବେ ବର୍ତ୍ତମାନର ସ୍ଥିତି ସମୀକ୍ଷା କରି ରାଜଧାନୀରେ ହୋଟେଲ ଖୋଲିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀ ସରକାର ମଧ୍ୟ ସହରରେ ହୋଟେଲ, ଜିମ ଏବଂ ସାପ୍ତାହିକ ବଜାର ଖୋଲିବା ସପକ୍ଷରେ ଥିଲେ। ହେଲେ ଗତ ମାସରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଏହି ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.