ETV Bharat / bharat

ସୁଶାନ୍ତଙ୍କ ମୃତ୍ୟୁରେ ଜୀବନ ହାରିଲେ ଆଉ ଜଣେ 20 ବର୍ଷୀୟ ଫ୍ୟାନ - sushant singh rajputs fan commits suicide

ଅଭିନେତା ସୁଶାନ୍ତଙ୍କ ସିଂଙ୍କ ମୃତ୍ୟୁ ପରେ ଫ୍ୟାନ୍ସଙ୍କ ଆତ୍ମହତ୍ୟା ବଢିବାରେ ଲାଗିଛି । ପୂର୍ବରୁ ଅନେକ ଫ୍ୟାନଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ରାଜସ୍ଥାନର ଜଣେ 20 ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ...

ସୁଶାନ୍ତଙ୍କ ମୃତ୍ୟୁରେ ଜୀବନ ହାରିଲେ ଆଉ ଜଣେ 20 ବର୍ଷୀୟ ଫ୍ୟାନ

author img

By

Published : Jun 25, 2020, 11:21 AM IST

ଚେନ୍ନାଇ: ଅଭିନେତା ସୁଶାନ୍ତଙ୍କ ସିଂଙ୍କ ମୃତ୍ୟୁ ପରେ ଫ୍ୟାନ୍ସଙ୍କ ଆତ୍ମହତ୍ୟା ବଢିବାରେ ଲାଗିଛି । ପୂର୍ବରୁ ଆଣ୍ଡାମାନର ଜଣେ 15 ବର୍ଷୀୟା ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ସେହିପରି ଓଡିଶାର କଟକଠରେ ଜଣେ ନାବାଳିକା ଫ୍ୟାନଙ୍କ ସହ ଜଣେ 55 ବର୍ଷିୟ ବ୍ୟକ୍ତି ଏବଂ ବରେଲୀରେ ଜଣେ ଦଶମ ଶ୍ରେଣୀ ଛାତ୍ର, ଉତ୍ତରପ୍ରଦେଶର ଜଣେ ନାବାଳକ ପରେ ଏବେ ରାଜସ୍ଥାନର ଜଣେ 20 ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି ।

ତେବେ ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ ଡିପ୍ରେସରେ ରହୁଥିବା ଏହି ବ୍ୟକ୍ତି ତାମିଲନାଡୁ କୋଏମ୍ବାଟୁର ଏକ ହଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ବୁଧବାର ଭେରାଇଟି ହଲରେ ଏହି ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା । ତାଙ୍କୁ ତୁରନ୍ତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ଜବତ କରିଛି, ଯେଉଁଥିରେ ସେ ସୁଶାନ୍ତ ସିଂଙ୍କ ପଥ ଅନୁସରଣ କରୁଛନ୍ତି ବୋଲି ଲେଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.