ETV Bharat / bharat

ହରିୟାଣା ବିଧାନସଭା ନିର୍ବାଚନ: 22 ପ୍ରାର୍ଥୀଙ୍କ ସୂଚୀ ପ୍ରଦାନ କଲା ଆପ୍‌

author img

By

Published : Sep 22, 2019, 7:51 PM IST

ଆପ୍ ଆସନ୍ତା ମାସରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ 22ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏନେଇ ଅଧିକ ପଢନ୍ତୁ

ଡିଜାଇନ ଫଟୋ

ଚଣ୍ଡିଗଡ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ୍) ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ପାଇଁ 22ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ହରିୟାଣା ରାଜ୍ୟ ଆପ୍‌ ଅଧ୍ୟକ୍ଷ ନବୀନ ଜୟହିନ୍ଦ ଆଜି(ରବିବାର) ଏହି 22ଜଣିଆ ସୂଚୀ ଜାରି କରିଛନ୍ତି । ପ୍ରାର୍ଥୀଙ୍କ ମଧ୍ୟରେ ତିନି ଜଣ ମହିଳାଙ୍କ ନାମ ସାମିଲ ରହିଛି । ଆପ୍‌ର ଟ୍ବିଟର ଆକାଉଣ୍ଟରେ ଏହି 22 ଜଣିଆ ତାଲିକା ପ୍ରକାଶ କରାଯାଇଛି ।

ପଢନ୍ତୁ ପୁରା ତାଲିକା...

app-releases-list-of-22-candidates-for-haryana-assembly-polls
ଫଟୋ ସୌଜନ୍ୟ: ଟ୍ବିଟର@AamAadmiParty

ଶନିବାର ନିର୍ବାଚନ କମିଶନ ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ହେବା ନେଇ ତାରିଖ ଘୋଷଣା କରିଥିଲେ । ଅକ୍ଟୋବର ୨୪ରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା ସୂଚନା ଦେଇଥିଲେ।

ଏନେଇ ବିଜ୍ଞପ୍ତି ସେପ୍ଟେମ୍ବର ୨୭ରେ ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ ଅକ୍ଟୋବର ୪ ଥିବାବେଳେ ଅକ୍ଟୋବର ୫ରେ ଯାଞ୍ଚ ଏବଂ ଅକ୍ଟୋବର ୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି ।

ଚଳିତ ନିର୍ବାଚନରେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ୧୭ଟି ଏସ୍‌ସି ବର୍ଗଙ୍କ ପାଇଁ ସଂରକ୍ଷିତ । ହରିୟାଣାର ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ଏକ କୋଟି ୮୨ ଲକ୍ଷ ରହିଛି । ହରିୟାଣା ସରକାରଙ୍କର କାର୍ଯ୍ୟକାଳ ନଭେମ୍ବର ୨ରେ ଶେଷ ହେଉଛି ।

Intro:Body:

zsdgdh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.