ETV Bharat / bharat

ପିଆଜ ଦର ବୃଦ୍ଧି ପ୍ରସଙ୍ଗ: ପିଆଜ ମାଳ ପିନ୍ଧି ଆପ୍‌ ସାଂସଦଙ୍କ ବିକ୍ଷୋଭ

ଦିଲ୍ଲୀରେ ପିଆଜ ଦର ବୃଦ୍ଧିକୁ ନେଇ ସଂସଦ ବାହାରେ ଆପ୍‌ ସାଂସଦଙ୍କ ବିକ୍ଷୋଭ ପ୍ରତିବାଦ । ଆପ ସାଂସଦ ସଞ୍ଜୟ ସିଂ ଏବଂ ସୁଶୀଳ ଗୁପ୍ତା ବେକରେ ପିଆଜ ମାଳ ପିନ୍ଧି ବିକ୍ଷୋଭ କରିବା ସହ ପିଆଜର ମହଙ୍ଗା ମାଡ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।

onion price hike
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 3, 2019, 1:08 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପିଆଜ ଦର ବୃଦ୍ଧିକୁ ନେଇ ସଂସଦ ବାହାରେ ଭିନ୍ନ ଅନ୍ଦାଜରେ ବିକ୍ଷୋଭ ପ୍ରତିବାଦ କରିଛନ୍ତି ଆପ୍‌ର ରାଜ୍ୟସଭା ସାଂସଦ । ଆପ ସାଂସଦ ସଞ୍ଜୟ ସିଂ ଏବଂ ସୁଶୀଳ ଗୁପ୍ତା ବେକରେ ପିଆଜ ମାଳ ପିନ୍ଧି ବିକ୍ଷୋଭ କରିବା ସହ ପିଆଜର ମହଙ୍ଗା ମାଡ ଓ ଏହାର ଘୋଟାଲାକୁ ନେଇ ନାରା ଦେଇଛନ୍ତି । ଆଉ ପିଆଜର ଏହି ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ଦାୟୀ କରିଛନ୍ତି ।

ଉଭୟ ସାଂସଦଙ୍କ କହିବାନୁଯାୟୀ, 32 ହଜାର ଟନ ପିଆଜ ଗୋଦାମରେ ପଡି ସଢିଯାଇଛି । ମାତ୍ର କେନ୍ଦ୍ର ସରକାର ଏଥିପାଇଁ କାହିଁକି କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ କିନ୍ତୁ ପିଆଜ ଦର ଲୋକଙ୍କ ହାଣ୍ଡିଶାଳରେ ମହଙ୍ଗା ସାବ୍ୟସ୍ତ ହେଉଛି ।

onion price hike
ଫଟୋ ସୌଜନ୍ୟ :ଟ୍ବିଟର @ଏଏନଆଇ

ସୂଚନାଯୋଗ୍ୟ, ଦିଲ୍ଲୀରେ ପିଆଜ କିଲୋ ପ୍ରତି ଦର 80ରୁ 100 ଟଙ୍କାରେ ବିକ୍ରି ହେଉଛି । ପିଆଜର ଏହି ମହଙ୍ଗା ମାଡକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଦଳ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏପରିକି ପିଆଜ ଦର କମ କରିବା ସହ ଦିଲ୍ଲୀବାସୀଙ୍କୁ କମ ଦାମରେ ପିଆଜ ବିକ୍ରି କରିବାକୁ କେନ୍ଦ୍ର ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସୱାନଙ୍କୁ ଏକ ଚିଠି ଲେଖିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.