ଅମରାବତୀ: ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକ ଏବେ ଅସୁରକ୍ଷିତ। ଆନ୍ଧ୍ରପ୍ରଦେଶର ବୌଦ ଆରମଲା ଗୁମ୍ଫାରେ ଘଟିଥିବା ଏକ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଆରମଲା ଗୁମ୍ଫାରେ ଏକ ପ୍ରେମୀ ଯୁଗଳଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେଯୁବକ ଜଣକ ଚିକିତ୍ସିତ ହେଉଛନ୍ତି। ଆକ୍ରମଣର କାରଣ ସମ୍ପର୍କରେଜଣାପଡ଼ିନାହିଁ ।
ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।ମୃତକଙ୍କ ପର୍ସରେଏକ ବସ ଟିକଟ ପୋଲିସର ହସ୍ତଗତ ହୋଇଛି।
ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସ୍ଥାନୀୟ ଏଲୁରା ମେଡିକାଲକୁ ପଠାଇ ଦେଇଛି। ସେହି ମେଡିକାଲରେ ଆହତ ଯୁବକ ନବୀନ ଚିକିତ୍ସିତ ହେଉଛନ୍ତି। ଏ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି।