ETV Bharat / bharat

ଆନ୍ଧ୍ର ରାଜଧାନୀ ବିକେନ୍ଦ୍ରୀକରଣ ବିଲ୍‌କୁ ସମ୍ମତି ନଦେବାକୁ ରାଜ୍ୟପାଳଙ୍କୁ ଚିଠି

ଆନ୍ଧ୍ରପ୍ରଦେଶ ରାଜଧାନୀର ବିକେନ୍ଦ୍ରୀକରଣ ପାଇଁ ଦିଆଯାଇଥିବା ବିଲ୍କୁ ସମ୍ମତି ପ୍ରଦାନ ନକରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ବିଜେପି ରାଜ୍ୟ ୟୁନିଟ୍ ସଭାପତି କନ୍ନା ଲକ୍ଷ୍ମୀ ନାରାୟଣ । ଏନେଇ ସେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଚିଠି ଲେଖିଛନ୍ତି ।

author img

By

Published : Jul 19, 2020, 2:52 PM IST

ଆନ୍ଧ୍ର ପ୍ରଦେଶ
ଆନ୍ଧ୍ର ପ୍ରଦେଶ

ଅମରାବତୀ : ନବଗଠିତ ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଅମରାବତୀରେ କରିବା ପାଇଁ ଚନ୍ଦ୍ରବାବୁ ନାଇଡ଼ୁ ନେଇଥିବା ପଦକ୍ଷେପକୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ବିରୋଧ କରି ରାଜ୍ୟର ତିନିଟି ସ୍ଥାନରେ ରାଜଧାନୀ ନିର୍ମାଣ କରିବାକୁ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିଛନ୍ତି। ତେବେ ରାଜ୍ୟ ରାଜଧାନୀର ବିକେନ୍ଦ୍ରୀକରଣ ପାଇଁ ଦିଆଯାଇଥିବା ବିଲ୍କୁ ସମ୍ମତି ପ୍ରଦାନ ନକରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ବିଜେପି ରାଜ୍ୟ ୟୁନିଟ୍ ସଭାପତି କନ୍ନା ଲକ୍ଷ୍ମୀ ନାରାୟଣ । ଏନେଇ ସେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଚିଠି ଲେଖିଛନ୍ତି ।

ଆନ୍ଧ୍ରପ୍ରଦେଶ ସରକାର ଶନିବାର ଦିନ ରାଜ୍ୟପାଳଙ୍କ ସହମତି ପାଇଁ ରାଜଧାନୀ ବିକେନ୍ଦ୍ରୀକରଣ ବିଲ୍‌ ଏବଂ କ୍ୟାପିଟାଲ୍ ରିଜିଓନ୍ ଡେଭଲପମେଣ୍ଟ ଅଥରିଟି ରଦ୍ଦ ବିଲ୍ ପଠାଇଥିଲେ । ଏହାପରେ ରବିବାର ବିଜେପି ନେତାଙ୍କ ପକ୍ଷରୁ ଏଭଳି କରାଯାଇଛି ।

ବିଜେପି ନେତା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ କେବଳ ଗୋଟିଏ ରାଜଧାନୀ ପାଇଁ ହୋଇଥିଲା । ତେବେ ଅମରାବତୀକୁ ଏକମାତ୍ର ରାଜଧାନୀ ଭାବରେ ଜାରି ରଖିବାକୁ ସେ ଅନେକ କାରଣ ଦର୍ଶାଇଛନ୍ତି । ଏହି ପ୍ରସଙ୍ଗର ସାମ୍ବିଧାନିକ ଦିଗ, ଅନେକ ହିତାଧିକାରୀଙ୍କ ସ୍ଥିତି ଏବଂ ଲୋକଙ୍କ ଇଚ୍ଛା ଉପରେ ବିଚାର କରିବାକୁ ଏବଂ ତିନିଟି ରାଜଧାନୀ ବିଲ୍ ଉପରେ ସମ୍ମତି ପ୍ରଦାନ ନକରିବାକୁ ବିଜେପି ସଭାପତି ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି ।

ଏହା ପୂର୍ବରୁ ବିଧାନସଭାରେ ବିଲ୍ ପାରିତ ହୋଇଥିଲା କିନ୍ତୁ ବିଧାନ ପରିଷଦରେ ତାହା ଅଟକି ଯାଇଥିଲା । ବିଧାନ ପରିଷଦରେ ବିରୋଧୀ ଦଳ ଟିଡିପିର ସଂଖ୍ୟାଗରିଷ୍ଠତା ରହିଛି । ଏହାକୁ ସେ ବିଲ୍ ଚୟନ କମିଟି ନିକଟକୁ ପଠାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.