ETV Bharat / bharat

ନମାଜ ପୂର୍ବରୁ ଆଲର୍ଟ ଯୋଗୀ ସରକାର, 14 ଜିଲ୍ଲାରେ ଇଣ୍ଟରନେଟ ବନ୍ଦ

author img

By

Published : Dec 27, 2019, 8:50 AM IST

ଶୁକ୍ରବାର ନମାଜ ପାଠକୁ ଦୃଷ୍ଟିରେ ରଖି ହାଇଆଲର୍ଟରେ ଉତ୍ତର ପ୍ରଦେଶ ସରାକର । 14 ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ପାଇଁ ଜିଲ୍ଲା ପ୍ରଶାସନଙ୍କ ଆଦେଶ । ଅଧିକ ପଢନ୍ତୁ...

ଇଣ୍ଟରନେଟ ବନ୍ଦ
ଫାଇଲ ଫଟୋ

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ହୋଇଥିବା ହିଂସା ପରେ ଏବେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଠିକ ଏହି ସମୟରେ ଅନେକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ହେବାକୁ ଯାଉଛି । ଶୁକ୍ରବାର ନମାଜ ପାଠକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଜିଲ୍ଲାଗୁଡିକରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ ପାଇଁ ଘୋଷଣା କରାଯାଇଛି ।

ଉତ୍ତରପ୍ରଦେଶର ସାହରନପୁର, ମିରଟ, ଆଗ୍ରା, ବୁଲନ୍ଦସହର, ଗାଜିୟାବାଦ ଓ ବିଜନୋର ସମେତ 14ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଏହା ବ୍ୟତିତ ଯଦି କେଉଁଠି ସାମ୍ପ୍ରଦାୟିକ ହିଂସା ଉପୁଜିବାର ସମ୍ଭାବନା ଥାଏ, ତେବେ ସେଠାରେ ଜିଲ୍ଲା ପ୍ରଶାସନକୁ ଇଣ୍ଟରନେଟ ସେବା ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ୟୁପିର ଏହି ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା

  • ଶାମଲି: ସକାଳ 6ଟାରୁ ଅପରାହ୍ନ 4ଟା
  • ବୁଲନ୍ଦସହର: ସଂଧ୍ୟ 6ଟାରୁ 28 ଡିସେମ୍ବର ସକାଳ 6ଟା
  • ଆଗ୍ରା: 26 ଡିସେମ୍ବର ସକାଳ 8ଟାରୁ 27 ଡିସେମ୍ବର ସଂଧ୍ୟା 6ଟା
  • ସମ୍ଭଲ: ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ
  • ବିଜନୋର: 26 ଡିସେମ୍ବର ଦ୍ବିପହରରୁ 28 ଡିସେମ୍ବର ରାତି
  • ସାହରନପୁର: ଆଜିଠୁ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ
  • ମୁଜାଫରନଗର: 18 ଡିସେମ୍ବରରୁ ବନ୍ଦ ରହିଛି
  • ଫିରୋଜାବାଦ: 20 ଡିସେମ୍ବରରୁ ବନ୍ଦ ରହିଛି
  • ମଥୁରା: ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ
  • ଗାଜିୟାବାଦ: ରାତି 10ଟାରୁ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ
  • କାନପୁର: 26 ଡିସେମ୍ବର ରାତି 9ଟାରୁ ବନ୍ଦ ରହିଛି
  • ଆଲିଗଡ: 26 ଡିସେମ୍ବର ରାତି 12ଟାରୁ 27 ଡିସେମ୍ବର ସଂଧ୍ୟା 5ଟା ପର୍ଯ୍ୟନ୍ତ
  • ସୀତାପୁର: ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ

72 ଘଣ୍ଟା ଇଣ୍ଟରନେଟ ବନ୍ଦ ପାଇଁ ଜିଲ୍ଲାପାଳଙ୍କ ରହିଛି ଅଧିକାର

72 ଘଣ୍ଟା ପର୍ଯ୍ୟନ୍ତ କିମ୍ବା ତାଠାରୁ କମ ସମୟ ଇଣ୍ଟରନେଟ ସେବା ବନ୍ଦ କରିବାର ଅଧିକାର ଜିଲ୍ଲାପାଳଙ୍କ ପାଖରେ ରହିଛି । ହେଲେ 3 ଦିନରୁ ଅଧିକ ସମୟ ଇଣ୍ଟରନେଟ ବନ୍ଦ କରିବାକୁ ହେଲେ ପ୍ରଶାସନ ସ୍ତରରେ ଏହାର ନିଷ୍ପତ୍ତି ନିଆଯାଇଥାଏ ।

ହିଂସା ପ୍ରଦର୍ଶନ ନହେବା ପାଇଁ ସରକାର ସତର୍କ

ପ୍ରଶାସନ ସୂଚନା ଅନୁଶାରେ ବର୍ତ୍ତମାନ ପରିସ୍ଥିତି ସ୍ଥିର ରହିଛି । ତଥାପି କୌଣସି ବି ପ୍ରକାର ହିଂସା ଆଉ ଯେପରୀ ନ ହୁଏ, ସେଥିପାଇଁ ସରକାର ପୁରା ସତର୍କ ରହିଛନ୍ତି । ଏ ନେଇ ଧାରା 144 ଲାଗୁ କରାଯିବା ସହ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.