ETV Bharat / bharat

ବିକାଶ ଦୁବେର ଅନ୍ୟ ଜଣେ ସହଯୋଗୀ ଶିବମ ଦୁବେ ଗିରଫ

author img

By

Published : Jul 24, 2020, 12:51 PM IST

ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଅନ୍ୟ ଜଣେ ସହଯୋଗୀ ଶିବମ ଦୁବେକୁ ଗିରଫ କରିଛି । ଏସଟିଏଫ ଏଏସପି ବିଶାଲ ବିକ୍ରମ ସିଂ ଏନେଇ ସୂଚନା ଦେଇଛନ୍ତି ।

ବିକାଶ ଦୁବେ
ବିକାଶ ଦୁବେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିକ୍ରୁ ଗ୍ରାମରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଅନ୍ୟ ଜଣେ ସହଯୋଗୀ ଶିବମ ଦୁବେକୁ ଗିରଫ କରାଯାଇଛି । ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ତାକୁ ଗିରଫ କରିଥିବା ଜଣାପଡିଛି ।

ଏସଟିଏଫ ଏଏସପି ବିଶାଲ ବିକ୍ରମ ସିଂ ଏନେଇ କହିଛନ୍ତି, ଇଲେକ୍ଟ୍ରୋନିକ୍ ପ୍ରମାଣ ଅନୁଯାୟୀ 24 ବର୍ଷିୟ ଶିବମ୍ ଦୁବେ ଏହି ଏନକାଉଣ୍ଟରରେ ଉପସ୍ଥିତ ଥିଲା । ଏହା ବ୍ୟତୀତ ତାର ଉପସ୍ଥିତିକୁ ନେଇ ପୂର୍ବରୁ ଗିରଫ ହୋଇଥିବା ଗ୍ୟାଙ୍ଗର ଅନ୍ୟ ସଦସ୍ୟ କହିଛନ୍ତି । ଏହି ପ୍ରମାଣ ଆଧାରରେ ଶିବମକୁ ଗିରଫ କରାଯାଇଛି ।

ଗୁରୁବାର ରାତିରେ କାନପୁର ନଗରର ଚୌବେପୁର ପୋଲିସ ଷ୍ଟେସନ ନିକଟସ୍ଥ ଗାଡି କାରଖାନା ନିକଟରୁ ଶିବମକୁ ଗିରଫ କରାଯାଇଥିଲା। ଶିବମ ତାର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲେ। ପୋଲିସ ତାକୁ ଟ୍ରାକିଂ କରିବା ପରେ ସେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଏହାପରେ ତାକୁ ଚୌବେପୁର ପୋଲିସ ଷ୍ଟେସନ ନିକଟସ୍ଥ ଗାଡି କାରଖାନା ନିକଟରୁ ଗିରଫ କରାଯାଇଥିଲା । ତେବେ ତା ନିକଟରୁ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହୃତ ଡବଲ ବ୍ୟାରେଲ ବନ୍ଧୁକ ଜବତ ହୋଇଛି।

ଶିବମ୍ ଦୁବେ ବ୍ୟତୀତ ଏସଟିଏଫ୍ ପୂର୍ବରୁ ଏହି ମାମଲାରେ ଡାୟା ଶଙ୍କର ଅଗ୍ନିହୋତ୍ରୀ, ଶ୍ୟାମୁ ବାଜପାଇ, ଜାହାନ ଯାଦବ ଏବଂ ଶଶିକାନ୍ତକୁ ଗିରଫ କରିଥିଲା । ବିକାଶ ଦୁବେ ଏବଂ ତାର ପାଞ୍ଚଜଣ ସହଯୋଗୀ ପ୍ରଭାସ ମିଶ୍ର, ଅମର ଦୁବେ, ବାଉନ୍ ଦୁବେ, ପ୍ରେମ ପ୍ରକାଶ ପାଣ୍ଡେ ଏବଂ ଅତୁଲ ଦୁବେ ବିଭିନ୍ନ ଏନକାଉଣ୍ଟରରେ ନିହତ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.