ନୂଆଦିଲ୍ଲୀ: ଭାରତକୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖୋଲା ଧମକ । ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ତଥା ପୁନର୍ଗଠନ ଆଇନ ନେଇ ଭାରତ ସରକାରଙ୍କ ନିସ୍ପତ୍ତି ପରେ ଇମ୍ରାନ ଭାରତକୁ ଖୋଲା ଖୋଲି ଧମକ ଦେଇଛନ୍ତି ।
ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ନେଇ ଭାରତ ସରକାରଙ୍କ ନିଷ୍ପତ୍ତି ପୁଲଓ୍ବାମା ପରି ଆଉ ଏକ ଘଟଣାକୁ ବାଟ କଢାଉଥିବା ଇମ୍ରାନ କହିଛନ୍ତି । ଧାରା 370କୁ ଉଚ୍ଛେଦ କରି ବିଜେପି କାଶ୍ମୀର ଜନତାଙ୍କ ଉପରେ ଜୁଲମ କରିବାକୁ ଚାହୁଁଛି ବୋଲି ଇମ୍ରାନ କହିଛନ୍ତି । ଏହାର ଫଳ ସ୍ବରୂପ ଆଉ ଏକ ପୁଲଓ୍ବାମା ଆକ୍ରମଣ ହେବା ନେଇ ଅନୁମାନ କରୁଥିବା ଇମ୍ରାନ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ କହିଛନ୍ତି ।