ଗୌହାଟୀ: ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ପିଟିପିଟି ମାରି ଦେଇଛନ୍ତି ଉତ୍ୟକ୍ତ ଲୋକେ । ରୋଗୀ ମୃତ୍ୟୁକୁ ନେଇ ଲୋକେ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ତେବେ ଲୋକଙ୍କ ଆକ୍ରମଣରେ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି । ମୃତ ଡାକ୍ତର ଜଣକ ସେହି ହସ୍ପିଟାଲର ଦେବେନ ଦତ୍ତା । ଆସାମର ଜୋରହାଟ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ମୁତାବକ, ଜୋରହାଟ ଜିଲ୍ଲାର ଟିଓକ ଗାର୍ଡେନ ଡାକ୍ତରଖାନାରେ ସୋମ୍ରା ମାଝୀ ନାମକ ଜଣେ ରୋଗୀଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଥିଲା । ଏଥିରେ ଉତ୍ୟକ୍ତ ହୋଇ ଦେବେନ ଦତ୍ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଲୋକେ । ତେବେ ଡାକ୍ତରଖାନା କର୍ମଚାରୀ ଏବଂ ପୋଲିସ ତାଙ୍କୁ ଉଦ୍ଧାର କରି ଜେଏମସିଏଚ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।