ନୂଆଦିଲ୍ଲୀ: ପୁଣି କୋରୋନାରେ ଦିଲ୍ଲୀର ଜଣେ ହେଡ କନେଷ୍ଟବଳ ମୃତ । ଗତ ରବିବାର ଦିଲ୍ଲୀର 47 ବର୍ଷୀୟ ହେଡ କନେଷ୍ଟବଳଙ୍କ କୋରୋନାରେ ମୃତ୍ୟୁ ଘଟିଛି । ତେବେ ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସ ।
ପୋଲିସ ଅଧିକାରୀ କହିଛନ୍ତି ଯେ, ଲଲିତ କୁମାର ଦିଲ୍ଲୀ ସଶସ୍ତ୍ର ପୋଲିସ (ଡିଏପି)ର ଚତୁର୍ଥ ବାଟାଲିୟନରେ କାର୍ଯ୍ୟରତ ଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି କୋରୋନାର ସାମାନ୍ୟ ଲକ୍ଷଣ ପରେ ଗତ ବୁଧବାର ତାଙ୍କୁ ଜିଟିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାର ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା ।
ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଶନିବାର ତାଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଥିଲା । ଉକ୍ତ ଦିନ ତାଙ୍କୁ ପଞ୍ଚଶୀଳ ମେଡିକଲ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଗତି ରବିବାର ତାଙ୍କର ମୃତ୍ୟୁ ଘଟିଛି ।
ଏପଟେ କୋରୋନା କାରଣରୁ ଦିଲ୍ଲୀ ପୋଲିସର 9 ଯବାନଙ୍କର ମୃତ୍ୟୁ ଘଟିଛି । ଏଥିସହ 800 ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି ।