ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦାବିନ୍ଦର ସିଂଙ୍କ ମାମଲାରେ ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)କୁ ସଫଳତା । ତାରିକ ଅହମ୍ମଦ ମୀର ନାମକ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି । ଗୁରୁବାର ଏଜେନ୍ସି ଏହି ବିଷୟରେ ସୂଚନା ଦେଇଛି । ଅନୁସନ୍ଧାନ ସହ ଜଡିତ ଜଣେ ଏନଆଇଏ ଅଧିକାରୀ କହିଛନ୍ତି ଯେ, କାଶ୍ମୀରରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ସହାୟତା ଯୋଗାଉଥିବା ମାମଲାରେ ଗିରଫ କରାଯାଇଛି ।
ଅଧିକାରୀ କହିଛନ୍ତି ଯେ ମିର ଦୀର୍ଘ ଦିନ ଧରି ଆତଙ୍କୀ ସହ ସକ୍ରିୟ ଥିଲେ ଏବଂ ଅନେକ ଥର ସେ ଉପତ୍ୟକାରେ ଆତଙ୍କୀଙ୍କୁ ସମର୍ଥନ କରିବା ସହ ବିଭିନ୍ନ କାର୍ଯ୍ୟକଳାପରେ ଜଡିତ ଥିଲା । ଏନଆଇଏ ସୂତ୍ରରୁ ମଧ୍ୟ କୁହାଯାଇଛି ଯେ ମିର ମଧ୍ୟ ଡିଏସପି ଦାବିନ୍ଦର ସିଂଙ୍କ ସହ ଯୋଗାଯୋଗରେ ରହିଥିଲା । ଆତଙ୍କବାଦ ବିରୋଧୀ ଏଜେନ୍ସି ସିଂଙ୍କ ମାମଲାର ତଦନ୍ତ କରୁଛି ।
ଏନଆଇଏ ସୂତ୍ର କହିଛି, ମିର କିଛି ସମୟ ପାଇଁ ସିଂଙ୍କ ସହ ଯୋଗାଯୋଗରେ ଥିଲେ । ଅନ୍ୟ କୌଣସି ପୋଲିସ ଏଥିରେ ସାମିଲ ରହିଛନ୍ତି କି ନାହିଁ ସେ ନେଇ ତଦନ୍ତ ଜାରି ରହିଛି । ଆଗାମୀ ଦିନରେ ଅଧିକ ଗିରଫ କରାଯିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।
ଉଲ୍ଲେଖନୀୟ ଯେ, ଜାନୁଆରୀ 11ରେ ଜମ୍ମୁ ଏବଂ ଶ୍ରୀନଗର ଜାତୀୟ ରାଜପଥରେ ଆତଙ୍କବାଦୀ ନାଭି, ରାଫି ଏବଂ ଇରଫାନଙ୍କୁ ନେଇ ଯାଉଥିବା ଦାବିନ୍ଦର ସିଂଙ୍କୁ ପୋଲିସ ଗିରଫ କରିଥିଲା ।
@IANS