ETV Bharat / bharat

କାଶ୍ମୀର ନେତାଙ୍କ ଘୋଷଣା, ଅମିତ ଶାହାଙ୍କ ପାଇଁ ରଖିବେ ରୋଜା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ବିଜେପି ସମର୍ଥକ ଅମିତ ଶାହଙ୍କ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରୁଥିବା ବେଳେ ଜମ୍ମୁକାଶ୍ମୀରର କୁପୱାରାର ବିଜେପି ନେତା ଗୁଫ୍ତାର ଅହମ୍ମଦ ଅମିତ ଶାହଙ୍କ ପାଇଁ ରୋଜା ରଖିବେ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

କାଶ୍ମୀରର ନେତାଙ୍କ ଘୋଷଣା, ଅମିତ ଶାହଙ୍କ ପାଇଁ ରଖିବେ ରୋଜା

author img

By

Published : Aug 3, 2020, 4:42 PM IST

ଶ୍ରୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ବିଜେପି ସମର୍ଥକ ଅମିତ ଶାହଙ୍କ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରୁଛନ୍ତି । ଏହା ମଧ୍ୟରେ ଜମ୍ମୁକାଶ୍ମୀରର କୁପାୱାଡାର ବିଜେପି ନେତା ଗୁଫ୍ତାର ଅହମ୍ମଦ ଅମିତ ଶାହଙ୍କ ପାଇଁ ରୋଜା ରଖିବେ ବୋଲି ଘୋଷଣା କରିଛନ୍ତି ।

ଅମିତ ଶାହ ଆରୋଗ୍ୟ ହେବା ପର୍ଯ୍ୟନ୍ତ ସେ ରୋଜା ରଖିବେ ବୋଲି କହିଛନ୍ତି । ତେବେ ସେ ମଙ୍ଗଳବାର ଠାରୁ ରୋଜା ଆରମ୍ଭ କରିବେ। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଗୁପ୍ତାର ଏହି ଘୋଷଣା କରିଛନ୍ତି । ଅମିତ ଶାହଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପର୍ଯନ୍ତ ସେ ରୋଜା ରଖିବେ ।

ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଶାହ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଥିଲେ । ଡାକ୍ତରଙ୍କ ପରାମର୍ଶରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅମିତ ଶାହ ହେଉଛନ୍ତି ପ୍ରଥମ କେନ୍ଦ୍ର ମନ୍ତ୍ରୀ ଯିଏ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଶାହଙ୍କ ବ୍ୟତିତ ଉତ୍ତର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂହ ମଧ୍ୟ କରୋନା ସଂକ୍ରମିତ । ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁୟୁରେପ୍ପାଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.