ETV Bharat / bharat

ଆପ୍‌ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବେନି ଆନ୍ନା - ଆପ ବିରୁଦ୍ଧରେ ପ୍ରଦର୍ଶନ କରିବେ ନାହିଁ ଆନ୍ନା

ଦିଲ୍ଲୀ ସରକାରଙ୍କ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିବାକୁ ବିଜେପି ଦୁର୍ନୀତି ନିବାରଣ ଆୟୋଗର ଆବାହକ ଆନ୍ନା ହଜାରେଙ୍କ ସହଯୋଗ ଲୋଡିଥିଲା । ଆନ୍ନା ହଜାରେ ବିଜେପିର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଓଲଟା ବିଜେପି ଉପରେ ବର୍ଷିଥିଲେ । ଅଧିକ ପଢନ୍ତୁ...

ଆପ୍‌ ବିରୋଧରେ ପ୍ରଦର୍ଶନ ପ୍ରତ୍ୟାଖ୍ୟାନ କରି ବିଜେପି ଉପରେ ଓଲଟା ବର୍ଷିଲେ ଆନ୍ନା

author img

By

Published : Aug 29, 2020, 2:59 PM IST

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପ୍ରତ୍ୟାଖ୍ୟାନ କଲେ ଆନ୍ନା ହଜାରେ । ଦୁର୍ନୀତି ନିବାରଣ ଆୟୋଗର ଆବାହକ ତଥା ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଦିଲ୍ଲୀ ବିଜେପିକୁ ଚିଠି ଲେଖି ବିରୋଧ ପ୍ରଦର୍ଶନରେ ସାମିଲ ହେବେ ନାହିଁ ବୋଲି ଜଣାଇଛନ୍ତି । ଏଥିସହ ହଜାରେ ବିଜେପିକୁ ଓଲଟା ଜବାବ ଦେଇ କହିଥିଲେ, ଏହା ଅତ୍ୟନ୍ତ ଦୁଭାଗ୍ୟବଶତଃ ଯେ କେନ୍ଦ୍ରରେ କ୍ଷମତା ରଖୁଥିବା ଦଳକୁ ପୁଣି ସହଯୋଗ ଲୋଡା ପଡୁଛି ।

ଆପ୍‌ ବିରୁଦ୍ଧରେ ବିରୋଧରେ ପ୍ରଦର୍ଶନ କରିବେ ନାହିଁ ଆନ୍ନା

ଆନ୍ନା ହଜାରେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତାଙ୍କୁ ଚିଠି ଲେଖି କହିଛନ୍ତି ,ବିଜେପିର ଏହି ଚିଠି ପଢି ମୁଁ ବହୁତ ଦୁଃଖିତ ଅନୁଭବ କରୁଛି । ଗତ 6 ବର୍ଷ ଧରି ବିଜେପି ଶାସନ କ୍ଷମତାରେ ରହିଛି । ଏହି ଦଳକୁ ଦେଶର ଅନେକ ଯୁବପିଢି ସମର୍ଥନ କରୁଛନ୍ତି । ତଥାପି ଜଣେ 83 ବର୍ଷୀୟ ଫକୀର ଯିଏ କି 10×12 ଫୁଟ ରୁମରେ ରହୁଛନ୍ତି ଯାହାଙ୍କର ନା ସ୍ବାସ୍ଥ୍ୟ ଠିକ ରହୁଛି ନା କୌଣସି କ୍ଷମତା ଅଛି । ଏଭଳି ବ୍ୟକ୍ତିଙ୍କୁ ବିଜେପିର ସମର୍ଥନ ଲୋଡୁଛନ୍ତି ତାହା ଠାରୁ ବଳି ଅତ୍ୟନ୍ତ ଦୁଭାର୍ଗ୍ୟ ଜନକ ବୋଲି କଣ ହୋଇପାରେ ବୋଲି ଆନ୍ନା କହିଥିଲେ । ଆନ୍ନା ଏହି ଚିଠି ନିଜର ଫେସବୁକ ପେଜରେ ମଧ୍ୟ ସେୟାର କରିଛନ୍ତି ।

ଆନ୍ନା ହଜାରେଙ୍କ ଠାରୁ ଏହି ଚିଠି ପାଇବା ପରେ ଦିଲ୍ଲୀ ବିଜେପି ଲଜ୍ଜିତ ଅନୁଭବ କରିଥିବା ଜଣାପଡିଛି । ଏହା ପୂର୍ବରୁ ବିଜେପି ଶାହୀନବାଗର 50 ରୁ ଅଧିକା ବାସିନ୍ଦାଙ୍କୁ ନେଇ ଆପକୁ ଟାର୍ଗେଟ କରିଥିଲେ ।

ଆପ୍‌ ବିରୋଧରେ ପ୍ରଦର୍ଶନ ପ୍ରତ୍ୟାଖ୍ୟାନ କରି ବିଜେପି ଉପରେ ଓଲଟା ବର୍ଷିଲେ ଆନ୍ନା
ଆପ୍‌ ବିରୋଧରେ ପ୍ରଦର୍ଶନ ପ୍ରତ୍ୟାଖ୍ୟାନ କରି ବିଜେପି ଉପରେ ଓଲଟା ବର୍ଷିଲେ ଆନ୍ନା

ଦୁର୍ନୀତି ନିବାରଣ ପାଇଁ କେନ୍ଦ୍ର ଦୃଢ ପଦକ୍ଷେପ ନେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିଛନ୍ତି। ଯଦି ଦିଲ୍ଲୀ ସରକାର ଦୁର୍ନୀତିରେ ଲିପ୍ତ ଅଛନ୍ତି ତେବେ ଆପଣଙ୍କ ସରକାର କାହିଁକି କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ବୋଲି ଆନ୍ନା ହଜାରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରେ ଗୁପ୍ତା କହିଥିଲେ ଯେ, ଗତ 2011 ରେ ଦିଲ୍ଲୀରେ ଦୁର୍ନୀତି ବିରୋଧରେ ଏକ ଜନ ଆନ୍ଦୋଳନ ଆୟୋଜନ କରିଥିଲା ​​ଏବଂ ଏହି ଆନ୍ଦୋଳନରୁ ଜନ୍ମିତ AAP ଆଜି ଦୁର୍ନୀତିରେ ପରିଣତ ହୋଇଛି ଯେଉଁଥିପାଇଁ ସେ ହଜାରେଙ୍କ ସାହାଯ୍ୟ ଲୋଡିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.