ETV Bharat / bharat

କୋଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଂଶ ଗ୍ରହଣ କରିବେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ - Phase-III trial of Covaxin in Haryana

କୋଭ୍ୟାକସିନର 3ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବାକୁ ଥିବାବେଳେ ଏହି ପରିକ୍ଷଣରେ ସ୍ବେଚ୍ଛାସେବୀ ଭାବେ ଅଂଶ ଗ୍ରହଣ କରିବେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ । ପଢନ୍ତୁ ଅଧିକ....

କୋଭ୍ୟାକସିନର 3ୟ ପର୍ଯ୍ୟାୟ ପରୀକ୍ଷଣରେ ଅଂଶ ଗ୍ରହଣ କରିବେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Nov 18, 2020, 6:56 PM IST

ନୂଆଦିଲ୍ଲୀ: ଭାରତ ବାୟୋଟେକ କମ୍ପାନୀ ଦ୍ବାରା ପ୍ରସ୍ତୁତ କୋରୋନା ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବାକୁ ଥିବାବେଳେ ଏହି ପରିକ୍ଷଣରେ ସ୍ବେଚ୍ଛାସେବୀ ଭାବେ ଅଂଶ ଗ୍ରହଣ କରିବେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ । ସେ ନିଜ ଆଡୁ ଏହି ପ୍ରସ୍ତାବ ଦେଇଥିବା ଦେଖିବାକୁ ମିଳିଛି । 20 ନଭେମ୍ବରରେ ହରିୟାଣାରେ ଆରମ୍ଭ ହେବାକୁ ଯାଉଛି କେଭ୍ୟାକସିନର 3ୟ ପର୍ଯ୍ୟାୟ ପରୀକ୍ଷଣ ।

ଏହି ପରୀକ୍ଷଣରେ ଭାଗ ନେବାକୁ ଚାହୁଁଥିବା ସ୍ବେଚ୍ଛାସେବୀମାନେ 18 ବର୍ଷରୁ ଅଧିକ ହେବା ଉଚିତ ବୋଲି ପୁର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇସାରିଛନ୍ତି । ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକର ପକ୍ଷରୁ ମିଳିଥିବା ସୂଚନା ଅନୁଷାରେ ରୋହିତକର ପଣ୍ଡିତ ଭଗବତ ଦିନଲ ଶର୍ମା ବିଶ୍ବବିଦ୍ୟାଳୟ ଏବଂ ଫରିଦାବାଦର ଇଏସଆଇସି ହସ୍ପିଟାଲକୁ ଏହି ପରୀକ୍ଷଣ ପାଇଁ ଚିହ୍ନଟ କରାଯାଇଛି । ଗତମାସ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) କୋଭାକ୍ସିନ୍ ପାଇଁ 3ୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣ ଆରମ୍ବ କରିବା ପାଇଁ ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକକୁ ଅନୁମତି ଦେଇଥିଲା ।

ପୁଣେରେ ଅବସ୍ଥିତ ଆଇସିଏମଆର, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି( ଏନଆଇଭି )ଓ ଭାରତ ବାୟୋଟେକ ସଂସ୍ଥାର ମିଳିତ ସହଯୋଗରେ କୋଭ୍ୟାକସିନକୁ ପ୍ରସ୍ତୁତ କରାଯାଇଛି । ଯହାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷମ ସଫଳ ହୋଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସମଗ୍ର ଭାରତରେ 26,000 ସ୍ବେଚ୍ଛାସେବୀ ସାମିଲ ହେବେ ବୋଲି କମ୍ପାନୀ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.