ନୂଆଦିଲ୍ଲୀ: ପାଟପଡଗଞ୍ଜର ପୂର୍ବତନ ବିଧାୟକ ଅନିଲ ଚୌଧୁରୀ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିଯୁକ୍ତ ହୋଇଛନ୍ତି । ସେହିପରି ଡିକେ ଶିବକୁମାରଙ୍କୁ କର୍ଣ୍ଣାଟକ କଂଗ୍ରେସର ସଭାପତି ପଦ ଦିଆଯାଇଛି । ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଏହି ନିଯୁକ୍ତି ମିଳିଛି ।
ଅନିଲ ପୂର୍ବରୁ ଦିଲ୍ଲୀ ଯୁବ କଂଗ୍ରେସର ସଭାପତି ଭାବେ କାର୍ଯ୍ୟକରିଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାସ୍ତ ହେବା ପରେ ସୁଭାଷ ଚୋପ୍ରା ନିଜକୁ ଦାୟୀ କରି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସଭାପତି ପଦ ଖାଲିପଡିଥିଲା । ସେହିପରି ଈଶ୍ବର ଖାନ୍ଦ୍ରେ, ସତୀଶ ଜୋରକିହୋଲି ଓ ସାଲେମ ଅହମ୍ମଦ କର୍ଣ୍ଣାଟକ କଂଗ୍ରେସର କାର୍ଯ୍ୟକାରୀ ସଭାପତି ରୂପେ ନିଯୁକ୍ତି ମିଳିଛି । ଡିକେ ଶିବକୁମାରଙ୍କୁ କର୍ଣ୍ଣାଟକ କଂଗ୍ରେସର ସଭାପତି ପଦ ଦିଆଯାଇଛି ।
@ANI