ହାଇଦ୍ରାବାଦ: ମା ଭୁଲିଗଲା ମମତା। ପରିସ୍ଥିତି ଆଗରେ ନିଜେ ମୁଣ୍ଡ ନୁଆଁଇବା ସହ ଶିଶୁଟିକୁ ବି ସାଙ୍ଗରେ ନେଇଗଲା। ଏ ଘଟଣା ଯେତିକି ଦୁଃଖଦାୟକ ସେତିକି ଆଶ୍ଚର୍ଯ୍ୟକର। ପ୍ରଶ୍ନ ଉଠେ କେମିତି ଜଣେ ମା ନିଜ ହାତରେ ତାର କଅଁଳ କଢିର ଜୀବନ ନେଇପାରେ। ଏହାର ଉତ୍ତର କାହା ପାଖରେ ନଥିବା ବେଳେ ସମୟ ଆଗରେ ସବୁ କିଛି ନୀରବ ରହିଯାଏ।
ତେବେ ଆନ୍ଧ୍ର ଗୁଣ୍ଟୁରରେ ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ମା’ ତାର 9 ମାସର ଶିଶୁକୁ 5 ମହଲା କୋଠାରୁ ଫୋପାଡି ଦେବା ପରେ ନିଜେ ମଧ୍ୟ ଡେଇଁ ଆତ୍ମହତ୍ୟା କରିଛି। ଏହି ଘଟଣା ଶନିବାର ଦିନ ପ୍ରାୟ 8 ଟା ସମୟରେ ଘଟିଥିଲା।
ପୋଲିସର ସୂଚନା ଅନୁସାରେ, ଶନିବାର ଗୁଣ୍ଟୁରର ଏକ ପାଞ୍ଚ ମହଲା କୋଠାର ଛାତରୁ ଜଣେ ମହିଳା 9 ମାସର ଶିଶୁକୁ ଫୋପାଡି ଦେବା ପରେ ଡେଇଁପଡିଥିଲେ। ଶିଶୁଟିର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଥିଲା। ତେବେ ଘଟଣାକୁ ନେଇ ମହିଳାଙ୍କ ପରିବାର ସଦସ୍ୟଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସହ ଏକ ଏଫ୍ଆଇଆର୍ ଦାଖଲ କରିଛନ୍ତି।
ପଟ୍ଟାବିପୁରମ୍ ପୋଲିସ୍ ଷ୍ଟେସନ୍ ସବ୍ ଇନ୍ସପେକ୍ଟର କହିଛନ୍ତି ଯେ, ''ଗୁଣ୍ଟୁର ସହରର ଲକ୍ଷ୍ମୀପୁରାମର କମଲେଶ ଗ୍ରାଣ୍ଡ ଆପାର୍ଟମେଣ୍ଟର 29 ବର୍ଷୀୟା ମହିଳା ନାରା ମନୋଜନା ସେ ପ୍ରଥମେ ତୁଲାସୀ ନାମକ ତାଙ୍କ ଝିଅକୁ ନିଜ ବିଲ୍ଡିଂର ଛାତରୁ ଫିଙ୍ଗି ଦେଇଥିଲେ ଏବଂ ପରେ ପାଞ୍ଚ ମହଲାରୁ ନିଜେ ଡେଇଁପଡିଥିଲେ। ''
ଭାରତୀୟ ଦଣ୍ଡବିଧି ସଂହିତା ସମ୍ବନ୍ଧୀୟ ବିଭାଗର ନିୟମ ଅନୁଯାୟୀ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।