ETV Bharat / bharat

ଅଫିସରଙ୍କ ମହାନତା, ବନ୍ୟାଞ୍ଚଳରୁ କୋରୋନା ଆକ୍ରାନ୍ତଙ୍କୁ ଡଙ୍ଗାରେ ନେଲେ ମେଡିକାଲ - Andhra Pradesh Police official

ଲଗାଣ ବର୍ଷାରେ ଅନେକ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ଯାତାୟତ ବାଧାପ୍ରାପ୍ତ। ଏହି ସମୟରେ ଏକ ଚିତ୍ର ସାମ୍ନାକୁ ଆସୁଛି ଯେଉଁଠି କୋଭିଡ୍ ରୋଗୀଙ୍କୁ ଡଙ୍ଗାରେ ମେଡିକାଲ ନିଆଯାଉଛି। ଏହି ଦୃଶ୍ୟ ବାସ୍ତବରେ ପରିସ୍ଥିତିର ଜଟିଳତାକୁ ବୟାନ କରୁଛି। ଖାଲି ସେତିକି ନୁହେଁ ଆଗଧାଡିରେ କର୍ତ୍ତବ୍ୟରତ ଜଣେ ପୋଲିସ ଅଫିସରଙ୍କ ମହାନତା ଓ ସହଯୋଗକୁ ଦର୍ଶାଉଛି।

ବାଃ ବାଃ ରେ ଅଫିସର, ବନ୍ୟା ପାଣିରୁ କୋଭିଡ୍ ଆକ୍ରାନ୍ତକୁ ଡଙ୍ଗାରେ ନେଲେ ମେଡିକାଲ

author img

By

Published : Aug 24, 2020, 7:49 AM IST

ତେଲେଙ୍ଗାନା: ମହାମାରୀ ବେଳେ ସବୁ ଆଡେ ଜଳପ୍ରଳୟ। ଲଗାଣ ବର୍ଷାରେ ଅନେକ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ଯାତାୟତ ବାଧାପ୍ରାପ୍ତ। ଏହି ସମୟରେ ଏକ ଚିତ୍ର ସାମ୍ନାକୁ ଆସୁଛି ଯେଉଁଠି କୋଭିଡ୍ ରୋଗୀଙ୍କୁ ଡଙ୍ଗାରେ ମେଡିକାଲ ନିଆଯାଉଛି। ଏହି ଦୃଶ୍ୟ ବାସ୍ତବରେ ପରିସ୍ଥିତିର ଜଟିଳତାକୁ ବୟାନ କରୁଛି। ଖାଲି ସେତିକି ନୁହେଁ ଆଗଧାଡିରେ କର୍ତ୍ତବ୍ୟରତ ଜଣେ ପୋଲିସ ଅଫିସରଙ୍କ ମହାନତା ଓ ସହଯୋଗକୁ ଦର୍ଶାଉଛି।

ପୂର୍ବ ଗୋଦାବରୀ ଜିଲ୍ଲାର ଦୋଦାଭରାମ ଗ୍ରାମରେ ଆନ୍ଧ୍ରପ୍ରଦେଶ ପୋଲିସ ଏକ ଡଙ୍ଗା ବ୍ୟବହାର କରି କୋଭିଡ୍ 19 ରୋଗୀଙ୍କୁ ଡାକ୍ତରଖାନାକୁ ନେଇଛନ୍ତି। ଏହାସହ ରୋଗୀ ପିପିଇ କିଟ୍ ପିନ୍ଧି ଡଙ୍ଗାରେ ବସିଥିବା ଦେଖିବାକୁ ମିଳିଛି। ତେବେ ଏହି ଅଞ୍ଚଳରେ ଗତ କିଛିଦିନ ହେବ ଲଗାତାର ବର୍ଷା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଡଙ୍ଗାକୁ ଜିଲ୍ଲାର ନାଗାରାମ ଗାଁର ଜଣେ ସବ୍-ଇନ୍ସପେକ୍ଟରଙ୍କ ସହଯୋଗରେ ଆୟୋଜନ କରାଯାଇଥିଲା।

ବାଃ ବାଃ ରେ ଅଫିସର, ବନ୍ୟା ପାଣିରୁ କୋଭିଡ୍ ଆକ୍ରାନ୍ତକୁ ଡଙ୍ଗାରେ ନେଲେ ମେଡିକାଲ

ସୂଚନା ଅନୁସାରେ, ଆକ୍ରାନ୍ତ ଜଣକ ଜିଲ୍ଲାର ମାମିଡିକଡୁରୁ ମଣ୍ଡଳର ଦୋଦଭାରାମ ଗ୍ରାମର। ସେ ଶନିବାର ସକାଳୁ ସେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇବା ପରେ ନାଗାରାମ ଗାଁର ସବ୍-ଇନ୍ସପେକ୍ଟର ଏକ ଡଙ୍ଗା ନେଇ ଦୋଦଭାରାମ ଗ୍ରାମକୁ ଯାଇ ରୋଗୀଙ୍କୁ ଡାକ୍ତରଖାନା ନେଇଥିଲେ।

7,895 ନୂତନ ମାମଲା ସହିତ ଆନ୍ଧ୍ରପ୍ରଦେଶରେ ମୋଟ କୋଭିଡ -19 ମାମଲା ରବିବାର ଦିନ 3.5 ଲକ୍ଷ ମାର୍କ ଅତିକ୍ରମ କରିଛି ଏବଂ 93 ଜଣ ଲୋକ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ସମୁଦାୟ 3,53,111 କୁ ବୃଦ୍ଧି ପାଇଛି ଏବଂ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 2,60,087 ଏବଂ 3,282 ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସକ୍ରିୟ କୋଭିଡ୍ 19 ମାମଲାଗୁଡ଼ିକର ମୋଟ ସଂଖ୍ୟା 89,742 ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.